Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବିବାହ ବନ୍ଧନରେ ବାନ୍ଧି ହେଲେ ଆମିର ଓ ଗୌରୀ

Yuva Samay 3 weeks ago

Share this article:

ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନ ପୁଣିଥରେ ବିବାହ କରିଛନ୍ତି। ଆଜି (୫ ଜୁଲାଇ ୨୦୨୬) ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଘରେ ଏକ ଛୋଟ ଉତ୍ସବରେ ସେ ଗୌରୀ ସ୍ପ୍ରାଟ୍‌ଙ୍କ ହାତ ଧରିଛନ୍ତି। ଦୁହେଁ ଦୁହିଁଙ୍କୁ ୨୫ ବର୍ଷ ହେବ ଜାଣିଥିଲେ ଏବଂ ଗତ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ। ଆଜି ସେମାନେ 'ସ୍ପେଶାଲ ମ୍ୟାରେଜ୍ ଆକ୍ଟ' ଅନୁସାରେ ଆଇନଗତ ଭାବେ କୋର୍ଟ ମ୍ୟାରେଜ୍ କରିଛନ୍ତି।

ଏହି ବିବାହରେ କେବଳ ପରିବାର ଲୋକ ଓ କିଛି ବଛାବଛା ବନ୍ଧୁ ଯୋଗ ଦେଇଥିଲେ। ବିଶେଷ କଥା ହେଉଛି, ଏହି ଉତ୍ସବରେ ଆମିରଙ୍କ ପିଲାମାନଙ୍କ (ଜୁନୈଦ୍, ଇରା ଓ ଆଜାଦ୍) ସହ ତାଙ୍କର ଦୁଇ ପୂର୍ବତନ ପତ୍ନୀ ରୀନା ଦତ୍ତ ଓ କିରଣ ରାଓ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ଗୌରୀଙ୍କ ପୁଅ, ବଲିଉଡ୍ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର, ରାଜକୁମାର ସନ୍ତୋଷୀ ଏବଂ ରାଜନେତା ରାଜ ଠାକରେ ମଧ୍ୟ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଥିଲେ।

ଆମିରଙ୍କ ପିଆର (PR) ଏଜେନ୍ସି ତରଫରୁ ଏହି ବିବାହର ପ୍ରଥମ ଫଟୋ ସେୟାର କରାଯାଇଛି, ଯେଉଁଥିରେ ଲେଖାଅଛି- "ଏହା ଭଲପାଇବା, ହସଖୁସି ଓ ସ୍ମରଣୀୟ ମୁହୂର୍ତ୍ତର ଏକ ସୁନ୍ଦର ଉତ୍ସବ… ଯାହା ସ୍ନେହ, ଆନନ୍ଦ ଓ କଦାପି ନ ଭୁଲିବା ଭଳି କିଛି ମିଠା ସ୍ମୃତିରେ ଭରି ରହିଛି।"


About the Author

Author


Post navigation
Previous: ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବNext: ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay