Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

Yuva Samay 3 weeks ago

Share this article:

ଭୁବନେଶ୍ୱର: ଭୁବନେଶ୍ୱରର ଓ-ହବ୍‌ଠାରେ ଗତ ଜୁଲାଇ ୩ ତାରିଖରେ ଅଟଳ ଇନୋଭେଶନ ମିଶନ (ଏଆଇଏମ), ନିତି ଆୟୋଗ, ଭାରତ ସରକାରଙ୍କ ପକ୍ଷରୁ ଏକ ପ୍ରମୁଖ ଅଭିଯାନ ରିଜିଓନାଲ ଏଆଇଏମ ସମ୍‌ବାଦ-ଇଷ୍ଟ ଚାପ୍ଟର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପୂର୍ବ ଭାରତର ଉଦ୍ଭାବନ ଓ ଉଦ୍ୟୋଗିକତା କ୍ଷେତ୍ରର ହିତାଧିକାରୀଙ୍କୁ ଏକତ୍ରିତ କରିପାରିଛି ।

ଏହାର ଉଦ୍‌ଘାଟନୀ ଅଧିବେଶନରେ ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ ଶ୍ରୀମତି ଚିତ୍ରା ଅରୁମୁଗମ୍ ଯୋଗଦେଇ ମୁଖ୍ୟ ଅଭିଭାଷଣରେ ଭାରତର ଉଦ୍ଭାବନ କ୍ଷେତ୍ରରେ ପୂର୍ବାଂଚଳର ବର୍ଦ୍ଧିତ ମହତ୍ୱ ଉପରେ ଆଲୋକପାତ କରିଥିଲେ । ସେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ମଜବୁତ କରିବା ଏବଂ ରାଜ୍ୟରେ ଉଦ୍ଭାବନ-ଭିତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ସହଭାଗୀ ଇକୋସିଷ୍ଟମ, ଆନୁଷ୍ଠନିକ ସହଭାଗିତା ଓ ନୀତି-ଚାଳିତ ହସ୍ତକ୍ଷେପର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଉଦ୍‌ଘାଟନୀ ସମାରୋହରେ ଅଟଳ ଇନୋଭେଶନ ମିଶନର ପ୍ରୋଗ୍ରାମ ଡାଇରେକ୍ଟର ପ୍ରମିତ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଏଆଇଏମର ମିଶନ ଡାଇରେକ୍ଟର ଡଃ ଦୀପକ ବାଗ୍‌ଲା ଏକ ଭର୍ଚୁଆଲ ବାର୍ତା ମାଧ୍ୟମରେ ମଜବୁତ ଆଂଚଳିକ ଉଦ୍ଭାବନ କ୍ଷେତ୍ରକୁ ବିକଶିତ କରିବା ଏବଂ ବ୍ୟାପକ ସ୍ତରରେ ଉଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ଦିଗରେ ଏଆଇଏମର ଦୃଷ୍ଟିକୋଣ ବାଂଟିଥିଲେ ।

ସମ୍ମିଳନୀର ଏକ ପ୍ରମୁଖ ହାଇଲାଇଟ ଥିଲା ଏଆଇଏମ ଓଡିଶା ଚାପ୍ଟରର ଶୁଭାରମ୍ଭ, ଯାହା ଇକୋସିଷ୍ଟମ ସଂଯୋଗକୁ ଶକ୍ତିଶାଳୀ କରିବା ଏବଂ ରାଜ୍ୟରେ ଉନ୍ନତ ସହଭାଗିତାକୁ ସକ୍ଷମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ସୂଚିତ କରୁଛି । ଏହି ଇଭେଂଟରେ ପୂର୍ବ ଭାରତର ଷ୍ଟାର୍ଟଅପ, ଇନ୍‌କ୍ୟୁବେଟର, ଏକାଡେମିକ ଇନ୍‌ଷ୍ଟିଚ୍ୟୁଶନ, ଶିଳ୍ପ ପ୍ରତିନିଧି, ନୀତିନିର୍ମାତା ଓ ଇକୋସିଷ୍ଟମ ସକ୍ଷମକାରୀଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।

ପାର୍ଟନର ଇନ୍‌କ୍ୟୁବେଟରଙ୍କ ମଧ୍ୟରେ ଓଡିଶା, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଅଟଳ ଇନ୍‌କ୍ୟୁବେଶନ ସେଂଟର (ଏଆଇସି) ଓ ଅଟଳ କମ୍ୟୁନିଟି ଇନୋଭେଶନ ସେଂଟର (ଏସିଆଇସି)ଗୁଡିକ ସାମିଲ ଥିଲେ ଯିଏକି ପୂର୍ବାଂଚଳରେ ଉଦ୍ଭାବନ ଓ ଉଦ୍ୟୋଗିକତାକୁ ଶକ୍ତିଶାଳୀ କରିବା ଦିଗରେ ସାମୂହିକ ଯୋଗଦାନ ଦେଉଛନ୍ତି । ଏହି ଦିନିକିଆ ସମ୍ମିଳନୀରେ 'ପୂର୍ବୋଦୟ-ବିଲ୍ଡିଂ ଆନ ଇକୋସିଷ୍ଟମ ଫର ସନ୍‌ରାଇଜ ସେକ୍ଟର୍ସ' ଅଧିନରେ ନୀତି ବିବରଣୀ, ଶିଳ୍ପ ଆଲୋଚନା, ଇକୋସିଷ୍ଟମ ସମୂହ ଓ ପ୍ରାସଙ୍ଗିକ ଉପସ୍ଥାପନା ଅନ୍ତର୍ଭୁକ୍ତ ଥିଲା ।

ଏଭଳି ପଦକ୍ଷେପଗୁଡିକ ଉତ୍ସାହପୂର୍ଣ୍ଣ ଉଦ୍ଭାବନ ଇକୋସିଷ୍ଟମ ବିକଶିତ କରିବା ଏବଂ ଦେଶର ଷ୍ଟାର୍ଟଅପ, ଉଦ୍ଭାବକ ଓ ଉଦ୍ୟୋଗୀଙ୍କ ପାଇଁ ଏକ ସକ୍ଷମ ପରିବେଶ ସୃଷ୍ଟି କରିବା ଦିଗରେ ଏଆଇଏମର ପ୍ରତିବଦ୍ଧତାକୁ ସୁଦୃଢ କରୁଛି ।


About the Author

Author


Post navigation
Previous: ବିବାହ ବନ୍ଧନରେ ବାନ୍ଧି ହେଲେ ଆମିର ଓ ଗୌରୀNext: ହରିୟାଣାରେ ପୋଲିସ ଏନକାଉଣ୍ଟର: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୨ ଦୁର୍ଦ୍ଦାନ୍ତ ସୁଟର ନିହତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay