Dailyhunt
ଆପଣ କ'ଣ ପ୍ରତିଟି କଥାରେ 'ହଁ' କରନ୍ତି

ଆପଣ କ'ଣ ପ୍ରତିଟି କଥାରେ 'ହଁ' କରନ୍ତି

ପଣ ସେହି ଶ୍ରେଣୀର ମହିଳା କି ଯେଉଁମାନଙ୍କର ସବୁବେଳେ ହଁ କରିବା ଗୁଣ ରହିଥାଏ। ତେଣିକି ସେ ଘରେ ହେଉ ଅବା ଅଫିସ୍‌ରେ। ତେବେ ଏହି ଲେଖାଟି ଖାସ୍‌ ଆପଣଙ୍କ କାମରେ ଆସିପାରେ। ଏମିତି ଅନେକ ସମୟ ନିଶ୍ଚୟ ଆସିଥିବ, ଯେତେବେଳେ ଆପଣଙ୍କୁ କୌଣସି କାମ କରିବାକୁ ଇଚ୍ଛା ନଥାଇ ମଧ୍ୟ କାମ କରିବାକୁ ପଡିଥିବ। ଏଭଳି ସମସ୍ୟା କେତେକ ମହିଳାଙ୍କ ପାଇଁ ଖୁବ୍‌ ସାଧାରଣ।

କାରଣ ସେମାନେ କେବେବି ନା' କହିବା ଶିଖି ନଥାନ୍ତି। ସେମାନେ ଲୋକଙ୍କୁ ଖୁସି କରିବା ପାଇଁ ନିଜ ଇଚ୍ଛାକୁ ଚାପିବା ସହ ଖୁସିକୁ ମଧ୍ୟ ଅଣଦେଖା କରିଥାନ୍ତି। ଏଭଳି ଲୋକଙ୍କ ବ୍ୟବହାରକୁ ପିପୁଲ୍‌ ପ୍ଲିଜିଂ ବିହେବିୟର୍‌ କୁହାଯାଏ, ଯାହା ଅନେକ ସମୟରେ ସମସ୍ୟା ସୃଷ୍ଟି କରିଥାଏ।

ଏହି କାରଣରୁ ସେମାନେ ଖୁବ୍‌ ଚିନ୍ତାରେ ରହିଥାନ୍ତି। ନିଜ ପାଇଁ କିଛି କରିପାରି ନଥାନ୍ତି। ପ୍ରଥମେ ଆପଣଙ୍କୁ ବୁଝିବାକୁ ହେବ ଯେ କାହାରିକୁ ଖୁସି କରିବା ଆଦୌ ସମ୍ଭବ ନୁହେଁ। ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। ତଥାପି କିଛି ଲୋକଙ୍କ ସମସ୍ୟା ସେ କିଛି କହିପାରି ନଥାନ୍ତି। ତେବେ ଏହି ପିପୁଲ୍‌ ପ୍ଲିଜିଂ ବିହେବିୟରକୁ କେମିତି ଦୂର କରିପାରିବେ।
ମନା କରିବା ଅଭ୍ୟାସ କରନ୍ତୁ: ପ୍ରଥମେ ପ୍ରତ୍ୟେକ କଥାରେ ନା' କହିବା ଶିଖନ୍ତୁ। ସବୁବେଳେ ହଁ କରିବା ଆପଣଙ୍କ ପାଇଁ ସହଜ ଥିଲା। ତେଣୁ ପ୍ରଥମେ ନା' କରିବା ଖୁବ୍‌ କଷ୍ଟ ହେବ। ହଁ କରିବା ବନ୍ଦ କରି ନା' କରିବା ଅଭ୍ୟାସ ପରିବର୍ତନ ପାଇଁ ପ୍ରୟାସ କରନ୍ତୁ। ଏହା ଧୀରେ ଧୀରେ ଅଭ୍ୟାସରେ ପଡିଯିବ। ଥରେ ଥରେ ନା' କରିବା ପରେ ଆପଣ ପରିବର୍ତନକୁ ଅନୁଭବ କରିପାରିବେ। କାହାକୁ ମନା କରିବାକୁ ବହୁତ କଷ୍ଟ କରିବାକୁ ପଡି ନଥାଏ। ଏଥିପାଇଁ ରୁକ୍ଷ ହେବା ମଧ୍ୟ ଜରୁରି ନୁହେଁ। କିଛି ବିଶେଷ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ। ନା' କରିବା ପାଇଁ ବାହାନାର ଦ୍ୱାହି ଦିଅନ୍ତୁ ନାହିଁ। ଏକଥା କହିପାରିବେ ଯେ ମୁଁ ଏହି କାମ କରିପାରିବି ନାହିଁ।

ସରକାରୀ ଡିସ୍‌ପ୍ଲେରୁ ବାଦ ସରକାରୀ…

ବିଜେପି ବିଧାୟକଙ୍କ ବିରୋଧରେ…

ନବୀନଙ୍କୁ ମହିଳା ସଶକ୍ତିକରଣ ପାଠ…

କହିବା ପୂର୍ବରୁ ଚିନ୍ତା କରନ୍ତୁ: ଯଦି ସିଧା ମନା କରିପାରୁ ନାହାନ୍ତି, ତେବେ କେମିତି କହିବେ ତାହା ପୂର୍ବରୁ ଚିନ୍ତା କରିନିଅନ୍ତୁ। ନା' କରିବା ଜରୁରି, କିନ୍ତୁ ଏଥିପାଇଁ କଡା ଭାଷା ପ୍ରୟୋଗ କରିବା ଅନାବଶ୍ୟକ। ମନରେ ଯେତେ ରାଗ ଥିଲେ ମଧ୍ୟ କହିବା ପୂର୍ବରୁ ଥରେ ନିଶ୍ଚୟ ଭାବନ୍ତୁ। ପ୍ରତ୍ୟେକ କଥାରେ ତୁରନ୍ତ ପ୍ରତିକ୍ରିୟା ଦେବା ଠିକ୍‌ ନୁହେଁ। କହିବା ପୂର୍ବରୁ ଥରେ ଭାବିଚିନ୍ତି ଉତର ଦିଅନ୍ତୁ। ଏପରି କରିବା ଦ୍ୱାରା ସମ୍ପର୍କ ଖରାପ ହେବାରୁ ରକ୍ଷା ପାଇଯିବ।

ନିଜର ସୀମା ନିଜେ ସ୍ଥିର କରନ୍ତୁ: ନିଜ ପାଇଁ ନିଜେ ସୀମା ସ୍ଥିର କରନ୍ତୁ। ଅନେକ ସମୟରେ ପିପୁଲ୍‌ ପ୍ଲିଜିଂ ବିହେବିୟର ଯୋଗୁ ଆପଣଙ୍କ ବ୍ୟକ୍ତିଗତ ସ୍ପେସ୍‌ ଭିତରକୁ ମଧ୍ୟ ଲୋକମାନେ ଚାଲିଆସିଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ। ଯଦି ଆପଣ ନିଜର ସୀମା ସ୍ଥିର କରି ନିଅନ୍ତି, ତେବେ ଲୋକମାନେ ତାକୁ ଉଲ୍ଲଙ୍ଘନ କରିବା ପୂର୍ବରୁ ଥରେ ନିଶ୍ଚୟ ଭାବିବେ।
ବିବେକର କଥା ଶୁଣନ୍ତୁ: ଯଦି ଆପଣ ସବୁବେଳେ ଅନ୍ୟମାନଙ୍କ ବିଷୟରେ ଭାବୁଥାନ୍ତି, ତେବେ ସେମାନଙ୍କ କଥାର ପ୍ରଭାବ ଆପଣଙ୍କ ଉପରେ ରହିବ। କିନ୍ତୁ ଆପଣଙ୍କୁ ନିଜ ଭାବନାକୁ ବୁଝିବା ଜରୁରି। ବିବେକ କଣ ଚାହୁଁଛି, ତାହା ଜାଣିବାକୁ ଚେଷ୍ଟା କରନ୍ତୁ। ଆଉ ବିବେକର କଥା ମଧ୍ୟ ଶୁଣନ୍ତୁ। ଅନେକ ସମୟରେ ଲୋକମାନେ ଅନ୍ୟର ଖୁସି ପାଇଁ ମନ କଥାକୁ ଅବହେଳା କରିଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ।
ନିଜର ଯତ୍ନ ନିଅନ୍ତୁ: ସବୁବେଳେ ନିଜର ଯତ୍ନ ନିଅନ୍ତୁ। ଆପଣଙ୍କ ବ୍ୟତୀତ କେହି ଆପଣଙ୍କ ଯତ୍ନ ନେବେ ନାହିଁ। ଯାହା ଆପଣଙ୍କୁ ଭଲ ଲାଗୁଛି, ତାହା ନିଶ୍ଚୟ କରନ୍ତୁ।
ନିଜ ଖୁସିରେ ଅବହେଳା କରନ୍ତୁନି: ସବୁବେଳେ କୌଣସି ନିର୍ଦ୍ଦିଷ୍ଟ ଜିନିଷ ବିଷୟରେ ଭାବନ୍ତୁ ନାହିଁ। ନିଜକୁ ସମୟ ଦିଅନ୍ତୁ। ନା' କରିବା ଅଭ୍ୟାସକୁ ବଢାନ୍ତୁ। ଏହା ପରେ ଯଦି କୌଣସି ସମସ୍ୟା ଦେଖା ଦେଖାଦିଏ। ତେବେ ବିଶେଷଜ୍ଞ ପରାମର୍ଶ ନିଅନ୍ତୁ। ଏହା ଖୁବ୍‌ ଜରୁରି। ଆପଣଙ୍କ ଖୁସି ରହିବା ଦ୍ୱାରା ପାରିପାଶ୍ୱିର୍କ ପରିବେଶ ମଧ୍ୟ ଖୁସି ରହିବ। ନିଜେ ଖୁସିରେ ରହିବା ଦ୍ୱାରା ଜୀବନରୁ ବହୁ ସମସ୍ୟା ଆପେ ଆପେ ଦୂର ହୋଇଚାଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News