Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଠ ବର୍ଷ ପରେ ଇରାନରୁ ଆସିଲା ଏଲ୍‌ପିଜି

ଆଠ ବର୍ଷ ପରେ ଇରାନରୁ ଆସିଲା ଏଲ୍‌ପିଜି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶରେ ସୃଷ୍ଟି କରିଥିବା ଗ୍ୟାସ୍‌ ସଙ୍କଟ ଦୂର କରିବାକୁ ଦୀର୍ଘ ଆଠ ବର୍ଷ ପରେ ଇରାନରୁ ଭାରତ ଏଲ୍‌ପିଜି ମଗାଇଛି। ଇଣ୍ଡିଆନ ଅଏଲ୍‌ ସେହି ଗ୍ୟାସ୍‌ କିଣିଛି। କମ୍ପାନି ୪୮ହଜାର ଟନ୍‌ ବ୍ୟୁଟେନ୍‌ ଓ ପ୍ରୋପେନ୍‌ ମଗାଇଛି। ଏହି ଦୁଇ ଗ୍ୟାସ୍‌ର ମିଶ୍ରଣରେ ଏଲ୍‌ପିଜି ପ୍ରସ୍ତୁତ ହେଉଛି।

ଭାରତରେ ପହଂଚିବା ପରେ ତାହାକୁ ସେ ଅନ୍ୟ ଦୁଇ ତେଲ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ଓ ଭାରତ ପେଟ୍ରୋଲିୟମ୍‌ ସହ ବାଂଟିବ।

ଶେଷ ଥର ପାଇଁ ୨୦୧୮ ଜୁନ୍‌ରେ ଇରାନଠାରୁ ଇଣ୍ଡିଆନ ଅଏଲ୍‌ ଏଲ୍‌ପିଜି କିଣିଥିଲା। ଆମେରିକା କଠୋର କଟକଣା ଲଗାଇବା ପରେ ଇରାନରୁ ତେଲ ଓ ଏଲ୍‌ପିଜି ମଗାଇବା ବନ୍ଦ ହୋଇଯାଇଥିଲା। ମାତ୍ର, ଚଳିତ ମାସରେ ଆମେରିକା ସେହି କଟକଣା କୋହଳ କରିଥିଲା।

ଏପ୍ରିଲରେ ୩ ରାଶିର ଚମକିବ ଭାଗ୍ୟ

ଚର୍ଚ୍ଚାରେ ତାପସୀ 'ଅସ୍‌ସି'

ହାତ ଏବଂ ପାଦରେ ଝିମ୍‌ ଝିମ୍‌

ଏ.ସି ସାଜିପାରେ ଆତଙ୍କ!

ତେବେ ଇଣ୍ଡିଆନ ଅଏଲ୍‌ ମଗାଇଥିବା ଏଲ୍‌ପିଜି ଦେଶର ମାତ୍ର ଅଧା ଦିନର ଆବଶ୍ୟକତା ପୂରଣ କରିପାରିବ। ଭାରତ ଏହାର ଦୁଇ ତୃତୀୟାଂଶ ଏଲ୍‌ପିଜି ଆମଦାନି କରୁଥିବା ବେଳେ ସେଥିରୁ ୯୦ ପ୍ରତିଶତ ହର୍ମୁଜ ପ୍ରଣାଳୀ ଦେଇଆସୁଛି। ଯୁଦ୍ଧ ପ୍ରଭାବରେ ସେହି ପଥ ଦେଇ ଜାହାଜ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ଇରାନରୁ ସି ବାର୍ଡ ନାମକ ଏକ ଜାହାଜରେ ଏଲ୍‌ପିଜି ଆସୁଛି। ତାହା ମାଙ୍ଗାଲୋର ବନ୍ଦରରେ ପହଂଚିବ।

ମାର୍ଚ୍ଚ ୧୭ରେ ଏହି ଜାହାଜ ହର୍ମୁଜ ପ୍ରଣାଳୀ ଦେଇ ଯିବାର ଥିଲା। କିନ୍ତୁ କିଛି ଦିନ ପରେ ତାହା ସିଗ୍‌ନାଲ୍‌ ବନ୍ଦ କରିଦେଇଛି। ଅଳ୍ପ ଦିନ ପରେ ତାହାକୁ ପୁଣି ଥରେ ଆରବ ସାଗରରେ ପୂର୍ବ ଦିଗ ଆଡକୁ ଗତି କରୁଥିବା ଦେଖିବାକୁ ମିଳିଥିଲା। ଦୁବାଇ ଯିବା ବଦଳରେ ତାହା ଭାରତ ଆଡକୁ ଆସୁଛି। ହର୍ମୁଜ ପ୍ରଣାଳୀ ଦେଇ ଆଉ ଦୁଇଟି ଜାହାଜ ଦି ଭେସେଲ ଗ୍ରିନ ଆଶା ଓ ଗ୍ରିନ ସାନଭି ଆଣିବାକୁ ଭାରତ ଉଦ୍ୟମ ଜାରି ରଖିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News