Dailyhunt
ଅଶୋକାଷ୍ଟମୀ ରଥଯାତ୍ରା: ଟ୍ରାଫିକ୍‌ ନିୟନ୍ତ୍ରଣ

ଅଶୋକାଷ୍ଟମୀ ରଥଯାତ୍ରା: ଟ୍ରାଫିକ୍‌ ନିୟନ୍ତ୍ରଣ

ଭୁବନେଶ୍ୱର: ଆଜି ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ଯାତ୍ରା। ୩୦ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ରାଜ୍ୟ ଓ ରାଜ୍ୟ ବାହାରୁ ସହସ୍ରାଧିକ ଲୋକଙ୍କ ସମାଗମ ହେବ। ଜନଗହଳିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ ପୁଲିସ କମିସନରେଟ୍‌ ପକ୍ଷରୁ ଟ୍ରାଫିକ୍‌ ନିୟମାବଳୀ ଜାରି କରାଯାଇଛି। ଜାରି ନିୟମାବଳୀ ଅନୁସାରେ, କୌଣସି ପ୍ରକାର ଯାନବାହନ ମାଉସୀ ମା' ଛକଠାରୁ ରଥ ରୋଡ୍‌ରେ ଯିବାକୁ ଦିଆଯିବ ନାହିଁ।

ସେହି ଗାଡିଗୁଡିକ ମ୍ୟୁଜିୟମ୍‌ ଛକ ଆଡକୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବ।।

ଆସିବା କରିପାରିବେ ନାହିଁ। କୌଣସି ପ୍ରକାର ଯାନବାହାନ ରଥରୋଡ୍‌ରେ ବାରିକ ସାହି ଗଳି, ମହାରଣା ସାହି ଗଳି, ଗୋସାଗରେଶ୍ୱର ଛକ, ଶୀତଳଷଷ୍ଠୀ ଗଳି, ତିନିମୁଣ୍ଡିଆ ଛକ, ହରଚଣ୍ଡୀ ଗଳି, ମୁନାମେଡିକାଲ୍‌ ଗଳି, ପୁନମା ଗେଟ୍‌ ଗଳି ପଟୁ ଓ ଅନ୍ୟ ସାହି ରାସ୍ତା ଅଥବା ଗଳି ରାସ୍ତା ଯାହାକି ରଥରୋଡ୍‌ ସହ ସଂଯୋଗ ହୋଇଛି, ସେହି ରାସ୍ତା ଅଥବା ଗଳିରୁ ରଥରୋଡ୍‌ ଦେଇ ଯିବାଆସିବା କରିପାରିବେ ନାହିଁ।

କୌଣସି ପ୍ରକାର ଯାନବାହନ ରଥଖଳା ଠାରୁ ରଥରୋଡ୍‌ରେ ଯିବାକୁ ଦିଆଯିବ ନାହିଁ। ସେହି ଗାଡିଗୁଡିକ ରଥଖଳା ଠାରୁ ବାଟ ମହାଦେବ ମନ୍ଦିର ରାସ୍ତା ଦେଇଯାଇପାରିବେ। ଏହାକୁ କଠୋର ଭାବେ ପାଳନ କରିବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ବିଜେପିକୁ ସର୍ବାଧିକ ଚାନ୍ଦା…

ଘମାଘୋଟ ହେବ ଇରାନ-ଆମେରିକା ଯୁଦ୍ଧ!

ଆଠ ବର୍ଷ ପରେ ଇରାନରୁ ଆସିଲା…

ଆଇଆର୍‌ସିଟିସିକୁ ଓ କ୍ୟାଟରିଂ…

ପତାକା ପୋଡିଗଲା

ବଜ୍ରପାତରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପତାକା ପୋଡିଯାଇଛି। ୪୦ଟି ସିସିଟିଭି ନଷ୍ଟ ହୋଇଛି। ଗର୍ଭଗୃହ ଭିତରେ ବଲବ୍‌ ଫାଟି କାଚଗୁଣ୍ଡ ପଡ଼ିଛି। ଅନେକ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା କହିଛନ୍ତି। ବର୍ଷା ଓ ବଜ୍ରପାତ ପ୍ରଭାବରେ ଏଭଳି ଘଟିଥିବା ସେବାୟତମାନଙ୍କ ସୂତ୍ରରୁ ପ୍ରକାଶ। ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ ଓ ମନ୍ଦିର ସୁପରଭାଇଜର ଏ ନେଇ ଏଏସଆଇକୁ ଦାୟୀ କରିଛନ୍ତି। ଠିକ୍‌ ଭାବେ ଆର୍ଥିଂ ହୋଇ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କହିଛନ୍ତି।

ଏଏସଆଇର ୫ ଜଣିଆ ଟିମ୍‌ ମନ୍ଦିର ପରିସରରେ ବୁଲି ମନ୍ଦିର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପତାକା ପରିବର୍ତନ କରାଯାଇଛି। ଇଲେକ୍ଟ୍ରିସିଆନ ମରାମତି କାମ କରୁଛନ୍ତି। ଏଭଳି ଘଟଣା ସମସ୍ତଙ୍କୁ ଗଭୀର ଭାବେ ମର୍ମାହତ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News