Dailyhunt
ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ସଚିବ

ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ସଚିବ

ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ (ଏନସିସିଏଫ୍‌) ଦ୍ୱାରା କ୍ରୟ କରାଯାଇଥିବା ୧୬୦୦ ମେଟ୍ରିକ୍ ଟନ୍ (୪୨ ବିସିଏନ୍ ୱାଗନ୍ ଅର୍ଥାତ୍ ପାଖାପାଖି ୫୩ ଟ୍ରକ୍‌) ପିଆଜ ନାସିକରୁ ଦିଲ୍ଲୀ ଏନସିଆରକୁ କାଣ୍ଡା ଫାଷ୍ଟ ଟ୍ରେନ୍ ଯୋଗେ ରେଳରେ ପଠାଯାଉଛି ବୋଲି ଘୋଷଣା କରାଯାଇଛି ।

ପ୍ରଥମ ଥର ପାଇଁ ମୂଲ୍ୟ ସ୍ଥିରତା ହସ୍ତକ୍ଷେପ ଅଧୀନରେ ରେଳ ରେକ୍ ମାଧ୍ୟମରେ ପିଆଜର ବ୍ୟାପକ ପରିବହନ କରାଯାଇଛି । ୨୦ ଅକ୍ଟୋବର, ୨୦୨୪ ସୁଦ୍ଧା ରପ୍ତାନି ପିଆଜ ଆସିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହି ଷ୍ଟକ୍ ଦିଲ୍ଲୀ- ଏନସିଆରରେ ବଜାରରେ ଉପଲବ୍ଧ ହେବ, ଯାହା ଏହି ପାର୍ବଣ ଋତୁରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧତାକୁ ଯଥେଷ୍ଟ ବୃଦ୍ଧି କରିବ ।

ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗର ସଚିବ ଶ୍ରୀମତୀ ନିଧି ଖାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ପିଆଜ ପରିବହନର ଏକ ମାଧ୍ୟମ ଭାବରେ ରେଳବାଇ ଗୁରୁତ୍ୱ ବହନ କରିବ କାରଣ ନିଷ୍କାସନର ଗତିକୁ ସୁଦୃଢ଼ କରିବା ପାଇଁ ଅଧିକ ଗନ୍ତବ୍ୟ ସ୍ଥଳ ସଂଯୋଗ କରାଯାଉଛି । ଆସନ୍ତା କିଛି ଦିନ ମଧ୍ୟରେ ଲକ୍ଷ୍ନୌ ଏବଂ ବାରାଣସୀକୁ ରେଳ ରେକ୍ ଯୋଗେ ରପ୍ତାନି କରାଯିବ । ନାସିକ୍ ରୁ ଉତ୍ତର- ପୂର୍ବାଞ୍ଚଳର ଏକାଧିକ ସ୍ଥାନକୁ ପିଆଜ ରେକ୍ ପରିବହନ ପାଇଁ ଅନୁମତି ଦେବାକୁ ବିଭାଗ ଭାରତୀୟ ରେଳବାଇକୁ ଅନୁରୋଧ କରିଛି, ଯେଉଁଥିରେ (୧) ଏନଜେପି : ନ୍ୟୁ ଜଳପାଇଗୁଡ଼ି (ସିଲିଗୁଡ଼ି), (୨) ଡିବିଆରଜି - ଦିବ୍ରୁଗଡ଼, (୩) ଏନଟିଏସକେ - ନ୍ୟୁ ତିନସୁକିଆ ଏବଂ (୪) ସିଜିଏସ୍‌: ଚାଙ୍ଗସାରୀ ଅନ୍ତର୍ଭୁକ୍ତ । ଏହା ଦ୍ୱାରା ଭାରତର ବିଭିନ୍ନ ଅଞ୍ଚଳରେ ପିଆଜର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ ହେବ ଏବଂ ଗ୍ରାହକଙ୍କୁ ଅତ୍ୟନ୍ତ ଉଚିତ ମୂଲ୍ୟରେ ଏହାର ଉପଲବ୍ଧତା ସୁନିଶ୍ଚିତ ହେବ ।

ସରକାର ଚଳିତ ବର୍ଷ ମୂଲ୍ୟ ସ୍ଥିରତା ବଫର ପାଇଁ ୪.୭ ଲକ୍ଷ ଟନ୍ ରବି ପିଆଜ କ୍ରୟ କରିଥିଲେ ଏବଂ ୨୦୨୪ ସେପ୍ଟେମ୍ବର ୫ ତାରିଖରୁ କିଲୋ ପିଛା ୩୫ ଟଙ୍କାରେ ଖୁଚୁରା ବିକ୍ରି ଏବଂ ଦେଶର ପ୍ରମୁଖ ମଣ୍ଡିଗୁଡ଼ିକରେ ବିପୁଳ ପରିମାଣରେ ବିକ୍ରି ମାଧ୍ୟମରେ ବଜାରକୁ ପିଆଜ ଛାଡିବା ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ବଫରରେ ଥିବା ପ୍ରାୟ ୯୨,୦୦୦ ମେଟ୍ରିକ ଟନ୍ ପିଆଜ ନାସିକ୍ ଏବଂ ଅନ୍ୟ ଉତ୍ସ କେନ୍ଦ୍ରରୁ ସଡ଼କ ପରିବହନ ମାଧ୍ୟମରେ ଟ୍ରକ୍ ଯୋଗେ ଖାଉଟି କେନ୍ଦ୍ରକୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଏନସିସିଏଫ୍ ୨୧ଟି ରାଜ୍ୟର ୭୭ଟି ଗନ୍ତବ୍ୟସ୍ଥଳକୁ ପରିସରଭୁକ୍ତ କରିସାରିଛି ଏବଂ ନାଫେଡ୍ ୧୬ଟି ରାଜ୍ୟର ୪୩ଟି ଗନ୍ତବ୍ୟ ସ୍ଥଳକୁ ପିଆଜ ପଠାଇବା ଅନ୍ତର୍ଭୁକ୍ତ କରିଛି । ଖୁଚୁରା ଉପଭୋକ୍ତାଙ୍କୁ କିଲୋ ପିଛା ୩୫ ଟଙ୍କାରେ ପିଆଜ ଯୋଗାଇ ଦେବା ପାଇଁ ଏଜେନ୍ସିଗୁଡିକ ସଫଳ, କେନ୍ଦ୍ରୀୟ ଭଣ୍ଡାର ଏବଂ ରିଲାଏନ୍ସ ରିଟେଲ ଭଳି ଖୁଚୁରା ଚେନ୍ ସହିତ ଭାଗିଦାରୀ କରିଛନ୍ତି । ଏହାବ୍ୟତୀତ ଖୁଚୁରା ବିତରଣ ପାଇଁ ୯ଟି ରାଜ୍ୟ ସରକାର / ସମବାୟ ସମିତିକୁ ୮୬,୫୦୦ ମେଟ୍ରିକ୍ ଟନ୍ ପିଆଜ ଆବଣ୍ଟନ କରାଯାଇଛି ।

ପାରାଦୀପଠାରୁ ୨୬୦ କିମି ଦୂରରେ…

ପାଖେଇଲା ବାତ୍ୟା: ଧାମରାରେ…

୫୫ତମ ଆଇଏଫ୍ଏଫ୍ଆଇ ପାଇଁ ପ୍ରତିନିଧି…

ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର…

ପିଆଜ ଯୋଗାଣ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ପିଆଜ ଦର ବୃଦ୍ଧି ଧାରାକୁ ଯଥେଷ୍ଟ ରୋକାଯାଇପାରିଛି । ୨୦୨୪ ସେପ୍ଟେମ୍ବର ପ୍ରଥମ ସପ୍ତାହ ତୁଳନାରେ ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟ ଗୁଡ଼ିକରେ ହାରାହାରି ଖୁଚୁରା ମୂଲ୍ୟ ହ୍ରାସ ପାଇଛି । ଲାସଲଗାଓଁରେ ମଣ୍ଡି ଦର ମଧ୍ୟ ସେପ୍ଟେମ୍ବର ୨୪ ରେ କିଲୋ ପିଛା ୪୭ ଟଙ୍କା ଥିବା ବେଳେ ୧୫ ଅକ୍ଟୋବର, ୨୦୨୪ରେ ଏହା ୪୦ ଟଙ୍କାକୁ ଖସି ଆସିଛି ।

ବଜାରରେ ପିଆଜର ପ୍ରଚୁର ଯୋଗାଣ ସୁନିଶ୍ଚିତ କରିବା ପାଇଁ ରେଳ ରେକ୍ ମାଧ୍ୟମରେ ପିଆଜର ବ୍ୟାପକ ପରିବହନ ପାଇଁ ଏନସିସିଏଫ୍ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରେଳ ପଥରେ ଉପଭୋକ୍ତା କେନ୍ଦ୍ରକୁ ପିଆଜର ଶସ୍ତା ଏବଂ ଦ୍ରୁତ ପରିବହନ ବ୍ୟବସ୍ଥା ରହିଛି । ପରିବହନର ଏହି ଦକ୍ଷ ପଦ୍ଧତି ବିଭିନ୍ନ ଅଞ୍ଚଳକୁ ପିଆଜକୁ ଠିକ୍ ସମୟରେ ଏବଂ ବିଶ୍ୱସନୀୟ ରୂପରେ ପହଞ୍ଚାଇବାରେ ସହାୟକ ହେବ ।

ଟମାଟୋ ସମ୍ପର୍କରେ ଉପଭୋକ୍ତା ବ୍ୟାପାର ସଚିବ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ପ୍ରମୁଖ ଟମାଟୋ ଉତ୍ପାଦନ ହେଉଥିବା ଅଞ୍ଚଳରେ ଅତ୍ୟଧିକ ବର୍ଷା ଏବଂ ଉଚ୍ଚ ଆର୍ଦ୍ରତା ସ୍ତର ଯୋଗୁଁ ଟମାଟୋ ଦର ବୃଦ୍ଧି ଘଟିଛି । ପ୍ରତିକୂଳ ପାଣିପାଗ ପରିସ୍ଥିତି ଏବଂ କେତେକ ସ୍ଥାନରେ ରୋଗ ଆକ୍ରମଣ ଘଟଣା ଟମାଟୋ ଅମଳ ଏବଂ ସେଲ୍ଫ ଲାଇଫ୍‌କୁ ମଧ୍ୟ ପ୍ରଭାବିତ କରିଥିଲା । ଆଗାମୀ ଦିନରେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ଟମାଟୋ ଅଧିକ ପରିମାଣରେ ଆସିବାର ଥିବାରୁ ଯୋଗାଣ ସ୍ଥିତିରେ ସୁଧାର ଆସିବ ଯାହା ଟମାଟୋ ଦରକୁ ହ୍ରାସ କରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News