Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ

ବାରିପଦା: ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଧନୁର୍ଜୟ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ନିୟମିତ ପରୀକ୍ଷା, ସୁସ୍ଥ ଖାଦ୍ୟାହାର, ବ୍ୟାୟାମ ଓ ସଠିକ୍ ଜୀବନଶୈଳୀ ଅନୁସରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

କ୍ଷାନୁଷ୍ଠାନ ନିକଟରେ ତମାଖୁ…

ଶ୍ରୀଗୁରୁ ଭାଗବତ ସ୍ତମ୍ଭ ନିକଟରେ…

ରାଷ୍ଟ୍ରପତିଙ୍କ ଅପମାନ ପଛରେ…

ପଦ୍ମାନଦୀ ଉପରେ ବାଂଲାଦେଶର…

ଏହି ଅବସରରେ ଡା. ମହନ୍ତ ଉଚ୍ଚ ରକ୍ତଚାପକୁ "ନୀରବ ଘାତକ" ବୋଲି ଉଲ୍ଲେଖ କରି ସମସ୍ତଙ୍କୁ ନିୟମିତ ବ୍ୟବଧାନରେ ରକ୍ତଚାପ ପରୀକ୍ଷା କରାଇବା ସହ ସୁସ୍ଥ ଜୀବନଶୈଳୀ ଅନୁସରଣ ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁବାସ ଚନ୍ଦ୍ର ନାୟକ ୩୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ପ୍ରତି ଛଅ ମାସରେ ନିୟମିତ ରକ୍ତଚାପ ପରୀକ୍ଷା କରାଇବାକୁ ଅନୁରୋଧ କରିଥିଲେ ।
ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଶଶିକାନ୍ତ ସେଠୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଅନିୟମିତ ଜୀବନଶୈଳୀ, ଅସନ୍ତୁଳିତ ଖାଦ୍ୟାହାର ଓ ମାନସିକ ଚାପ ଉଚ୍ଚ ରକ୍ତଚାପର ପ୍ରମୁଖ କାରଣ । ନିୟମିତ ବ୍ୟାୟାମ, ସୁସ୍ଥ ଖାଦ୍ୟାହାର ଓ ଧୂମପାନ-ମଦ୍ୟପାନରୁ ଦୂରରେ ରହିବା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ ।
ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାସ କହିଥିଲେ ଯେ, ସଚେତନତା ଓ ନିୟମିତ ସ୍କ୍ରିନିଂ ମାଧ୍ୟମରେ ଉଚ୍ଚ ରକ୍ତଚାପକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଯାଇପାରିବ । ସୁସ୍ଥ ଜୀବନଶୈଳୀ ଅନୁସରଣ କଲେ ହୃଦରୋଗ ଓ ଷ୍ଟ୍ରୋକ୍ ଭଳି ଜଟିଳ ରୋଗର ଝୁମ୍ପ କମିପାରିବ ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁନନ୍ଦା ମିଶ୍ର କହିଥିଲେ ଯେ, ପରିବାର କଲ୍ୟାଣ ଓ ଜନସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ମାଧ୍ୟମରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ବିଭିନ୍ନ ସଚେତନତା ଓ ସ୍କ୍ରିନିଂ କାର୍ୟ୍ୟକ୍ରମ ଚାଲିଛି । ନିୟମିତ ଫଲୋ-ଅପ୍ ଓ ଡାକ୍ତରଙ୍କ ପରାମର୍ଶ ମାନିଲେ ସୁସ୍ଥ ଜୀବନଯାପନ ସମ୍ଭବ ବୋଲି ସେ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ରାଇରଙ୍ଗପୁର, ବହଳଦା ଓ ଶ୍ୟାମାଖୁଣ୍ଟା ବ୍ଲକକୁ ଉଚ୍ଚ ରକ୍ତଚାପ ପରୀକ୍ଷା, ଚିକିତ୍ସା ଓ ପରବର୍ତ୍ତୀ ଯାଞ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ପୁରସ୍କୃତ କରାଯାଇଥିଲା।
କାର୍ୟ୍ୟକ୍ରମ ପରିଚାଳନାରେ ଜିଲ୍ଲା ଅଣ-ସଂକ୍ରାମକ ରୋଗ ବିଭାଗର ଡା. ଜ୍ଞାନେନ୍ଦ୍ର ମହାନ୍ତି, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ଅନିଲ କୁମାର ମହାନ୍ତି, ଧନୁ ମୁର୍ମୁ ଓ ଗଣେଶ୍ୱର ମହାନ୍ତି ପ୍ରମୁଖ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ସେହିପରି ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଏଏନଏମମାନେ ଯୋଗଦେଇ ଜନସାଧାରଣଙ୍କୁ ରକ୍ତଚାପ ନିୟନ୍ତ୍ରଣ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।
ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News