Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରୟ ବିରୋଧରେ ମିଳିତ ଚଢ଼ାଉ

କ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରୟ ବିରୋଧରେ ମିଳିତ ଚଢ଼ାଉ

ବାରିପଦା: ସରକାରଙ୍କ ଉଦ୍ୟମ ବାସ୍ତବରେ ସ୍ୱାଗତଯୋଗ୍ୟ l କିନ୍ତୁ ଏହାକୁ ସମୀକ୍ଷା କରାଗଲେ ଏଭଳି ପଦକ୍ଷେପ କେତେଦୂର ଠିକ l ଅନ୍ୟପଟେ ସରକାରୀ ବ୍ୟବସ୍ଥାରେ ସବୁବେଳେ ତୃଣମୂଳ ସ୍ତରରେ ଥିବା ସାଧାରଣ ଲୋକଟି ଟାର୍ଗେଟେଡ଼ ହୋଇ କ୍ଷତିଗ୍ରସ୍ତ ହୋଇ ଆଇନର ପଞ୍ଝାରେ ଛନ୍ଦି ହୋଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛି l ସେହିପରି ତମାଖୁ ସମ୍ପୃକ୍ତ ଦୋକାନୀ ପ୍ରସ୍ତୁତ କରୁଛି ନା ଅନ୍ୟ କାହାଠୁ ଖରିଦ କରି ଆଣି ବିକ୍ରି କରୁଛି l ତେଵେ କୋଉଠୁ ଖରିଦ କରି ଆଣୁଛି ସେ ଷ୍ଟୋକ ପଏଣ୍ଟରେ ଚଢ଼ାଉ ହେଉନାହିଁ କାହିଁକି ବୋଲି ଆଲୋଚନା ହେଉଛି l ଏହାବ୍ୟତୀତ ଦେଖିବାକୁ ଗଲେ "ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି " ନ୍ୟାୟରେ ଉତ୍ପାଦନକାରୀ କମ୍ପାନୀକୁ ବେଆଇନ ଘୋଷିତ କରି ବନ୍ଦ କରିଦେଲେ କଥା ଶେଷ ଏତେ ନାଟକ କାହିଁକି ବୋଲି ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଉଛି l ମାତ୍ର ଚତୁରେ ଚତୁରେ କୋଳାକୋଳି ହୋଇ କେବଳ ନିରୀହ ଛୋଟ ବେପାରୀଙ୍କ ଉପରେ ଦାଉ ସାଧୁଥିବା ଅଭିଯୋଗ ହେଉଛି l ହେଲେ ଏଭଳି ପଦକ୍ଷେପ ନେବାରେ ସରକାରଙ୍କ ପାଇଁ ଅସୁବିଧା କୋଉଠି ନା କେବଳ ନିରୀହ ସାଧାରଣ ଛୋଟ ଛୋଟ ବେପାରୀଙ୍କୁ ଅସୁବିଧାରେ ପକାଇ ଟିକସ ଆଦାୟ କରିବା ଏକମାତ୍ର ଲକ୍ଷ୍ୟ ବୋଲି ଆଲୋଚନା ହେଉଛି l ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଞ୍ଚଳରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର, ମୟୂରଭଞ୍ଜ ରେଞ୍ଜ-୧ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ ବିରୋଧରେ ଚଢ଼ାଉ ଓ ଯାଞ୍ଚ ଅଭିଯାନ କରାଯାଇଥିଲା ।

ଶ୍ରୀଗୁରୁ ଭାଗବତ ସ୍ତମ୍ଭ ନିକଟରେ…

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ

ରାଷ୍ଟ୍ରପତିଙ୍କ ଅପମାନ ପଛରେ…

ପଦ୍ମାନଦୀ ଉପରେ ବାଂଲାଦେଶର…

ଏହି ଅଭିଯାନ ସମୟରେ ଚାନ୍ଦୁଆ ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ଅଞ୍ଚଳ ଓ ବଜାର ପରିସରରେ ଥିବା ପାନ ଦୋକାନ, ଗ୍ରୋସେରୀ ଦୋକାନ ଏବଂ ଅନ୍ୟାନ୍ୟ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଅଚାନକ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବିଭିନ୍ନ ପ୍ରକାର ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ କରାଯାଉଥିବା ଦେଖାଯାଇଥିଲା ।

ଶିକ୍ଷା ଅନୁଷ୍ଠାନ ନିକଟରେ ତମାଖୁଜାତ ସାମଗ୍ରୀ ବିକ୍ରୟ ନିଷିଦ୍ଧ ଥିବା ସତ୍ତ୍ୱେ ନିୟମ ଉଲ୍ଲଂଘନ କରି ବିକ୍ରୟ କରାଯାଉଥିବା ଅଭିଯୋଗରେ ମୋଟ ୬ଟି ଦୋକାନକୁ ଚିହ୍ନଟ କରାଯାଇଥିଲା । ସମ୍ବନ୍ଧିତ ଦୋକାନୀମାନଙ୍କ ଠାରୁ ମୋଟ ୧୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହା ସହ ଭବିଷ୍ୟତରେ ଏପରି ନିୟମ ଉଲ୍ଲଂଘନ ନ କରିବା ପାଇଁ ସତର୍କ କରାଯାଇଥିଲା ।
ଜନସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଶିକ୍ଷା ଅନୁଷ୍ଠାନ ପରିସରକୁ ତମାଖୁମୁକ୍ତ ରଖିବା ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ଏଭଳି ମିଳିତ ଚଢ଼ାଉ ଓ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଏହି ମିଳିତ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ଯାଞ୍ଚ ଅଭିଯାନରେ ଡ୍ରଗ ଇନ୍ସପେକ୍ଟର ଦିବ୍ୟ ରଞ୍ଜନ ନାୟକ, କୁଲିଅଣା ଅବକାରୀ ଏଏସଆଇ ତପନ ସାହୁ, ଅଣ ସଂକ୍ରାମକ ପରାମର୍ଶ ଦାତା ଜିଲ୍ଲା ଚିକିତ୍ସାଳୟ ନିହାର ରଞ୍ଜନ ପୃଷ୍ଟି ଏବଂ ଚାନ୍ଦୁଆ ଥାନାର ପୋଲିସ ବଳ ପ୍ରମୁଖ ସାମିଲ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News