Dailyhunt
ଚୌଦ୍ୱାର ଜେଲରୁ ଫେରାର କଏଦୀ ରାଜା ସାହାଣୀ ଗିରଫ

ଚୌଦ୍ୱାର ଜେଲରୁ ଫେରାର କଏଦୀ ରାଜା ସାହାଣୀ ଗିରଫ

ଟକ: ଓଡ଼ିଶା ପୁଲିସକୁ ମିଳିଲା ବଡ଼ ସଫଳତା। ଚୌଦ୍ୱାର ସର୍କଲ ଜେଲ ଫେରାର କଏଦୀ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀଙ୍କୁ ବାନ୍ଧିଲା ପୁଲିସ। ଋଷିକେଶ ଅଂଚଳରେ ଲୁଚିଥିବା ବେଳେ ରାଜକୁ ଗିରଫ କରିଛି କମିଶନରେଟ୍‌ ପୁଲିସ ସ୍ପେଶାଲ ସ୍କ୍ୱାର୍ଡ। ବର୍ତମାନ ରାଜାକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣୁଛି ପୁଲିସ। ପୂର୍ବରୁ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣାକୁ ଉତର ପ୍ରଦେଶରୁ ଗିରଫ କରିଥିଲା କମିଶନରେଟ ପୁଲିସ।

ଖୁବ୍‌ଶୀଘ୍ର ପ୍ରକାଶ ପାଇବ CBSE…

ମାଟ୍ରିକ ରେଜଲ୍ଟ : ତାରିଖ ଘୋଷଣା…

ଗ୍ରୀଷ୍ମ ଛୁଟି ହେବା ପର୍ଯ୍ୟନ୍ତ…

ଅଟୋକୁ ପିଟିଲା ଥାର , କୁନି ଝିଅର…

ସୂଚନାଯୋଗ୍ୟ, ୨୦୨୪ ଜାନୁଆରୀ ୪ ତାରିଖରେ ଯାଜପୁର ଜିଲ୍ଲା ପାଣିକୋଇଲି ଠାରେ ପଣ୍ଡା ଅଳଙ୍କାର ଦୋକାନରେ ଲୁଟପାଟ ପାଇଁ ଦୁଇ ଜଣଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ। ସେତେବେଳେ ସାଧାରଣ ଲୋକେ ଅଭିଯୁକ୍ତ ମଧୁକାନ୍ତ ରାଣା ଓ ରାଜା ସାହାଣୀକୁ ଘଟଣାସ୍ଥଳରୁ ଧରି ପୁଲିସ ଜିମା ଦେଇଥିଲେ। ଅନ୍ୟ ଦୁଇ ଅଭିଯୁକ୍ତ ବିକାଶ ରାୟ ଓ ଅନ୍ୟଜଣେ ଅଭିଯୁକ୍ତ ରଞ୍ଜିତ ଚୌଧୁରୀକୁ ପୁଲିସ ପରବର୍ତୀ ସମୟରେ ଗିରଫ କରି ଜେଲ ପଠାଇଥିଲେ। ଅକ୍ଟୋବର ୨ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ବେଳେ ଦୁଇ ଅଭିଯୁକ୍ତ ଜେଲ୍‌ରୁ ଚମ୍ପଟ ମାରିଥିଲେ।

ପୁରା ସହରର ଭସାଣି ଉତ୍ସବରେ ଥିବା ବେଳେ ଏହି କଏଦୀ ଦୁଇଜଣ ଜେଲ ପାଚେରୀ ଡେଇଁ ଫେରାର ମାରିବାରେ ସକ୍ଷମ ହୋଇଥିଲେ। ଏତେ ବଡ଼ ଜେଲରୁ କିପରି ଦୁଇ ଜଣ ଅପରାଧୀ ଚମ୍ପଟ ମାରିଲେ, ସେତେବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଏବଂ ପୁଲିସ ବିଭାଗକୁ କ୍ରମାଗତ ସମାଲୋଚନା କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News