Dailyhunt
ଦେଶର କୃଷକମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିବଦ୍ଧ

ଦେଶର କୃଷକମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିବଦ୍ଧ

ରକାର ଦେଶର କୃଷକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ୧୦୯ କିସମର ନୂଆ ଫସଲ ଜାରି କରି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରିବେଶ ଅନୁକୂଳ ଏବଂ ଉଚ୍ଚ ଅମଳକ୍ଷମ କିସମର ଫସଲ ଚାଷୀମାନଙ୍କର ଆୟ ବୃଦ୍ଧି କରିବ । ପ୍ରାକୃତିକ ଚାଷ ପ୍ରତି କୃଷକମାନଙ୍କର ଆଗ୍ରହ ବୃଦ୍ଧି ପାଉଥିବାରୁ ଶ୍ରୀ ମୋଦୀ ଖୁସି ପ୍ରକାଶ କରିଛନ୍ତି।

ଏହି ଅବସରରେ ଚାଷୀମାନଙ୍କର ଅନୁଭୂତି ଶୁଣିବା ସହ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ବୌଦ୍ଧ କୁ ଗଡ଼ିଲା ପରୀକ୍ଷଣ ଟ୍ରେନ…

"ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍…

"ଆମେ କୃଷକ ଭାଇ ଓ ଭଉଣୀମାନଙ୍କୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏ ଦିଗରେ ଆଜି ଆମେ ଦିଲ୍ଲୀରେ ୧୦୯ଟି ନୂତନ କିସମର ଫସଲ ଜାରି କରିବାର ସୁଯୋଗ ପାଇଲୁ । ଏହି ଜଳବାୟୁ ଅନୁକୂଳ ଏବଂ ଅଧିକ ଅମଳକ୍ଷମ କିସମରୁ ଉତ୍ପାଦନରେ ବୃଦ୍ଧି ସହିତ ଆମର କୃଷକମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ ।"

"ମୁଁ ସନ୍ତୁଷ୍ଟ ଯେ ଆମର କୃଷକ ଭାଇ ଓ ଭଉଣୀମାନେ ମଧ୍ୟ ଶୀଘ୍ର ପ୍ରାକୃତି ଚାଷ ଆଡକୁ ଅଗ୍ରସର ହେଉଛନ୍ତି । ଆଜି ମୁଁ ତାଙ୍କ ଅନୁଭୂତି ବିଷୟରେ ଅତି ନିକଟରୁ ଜାଣିବାର ସୁଯୋଗ ପାଇଲି । ଏହି ସମୟ ମଧ୍ୟରେ ଆମେ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ ।"

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News