Dailyhunt
ଗୋଟିଏ ପରିବାର ଚାରିଜଣ ଚାଲିଗଲେ

ଗୋଟିଏ ପରିବାର ଚାରିଜଣ ଚାଲିଗଲେ

କୋରାପୁଟ: ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କର ପ୍ରାଣହାନି ଘଟିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବ୍ରତ କାର୍ଯ୍ୟ ସାରି ନିଜ ଘର କୋରାପୁଟକୁ ଫେରୁଥିବା ସମୟରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ଗୋଟେ ପରିବାରର ଚାରିଜଣଙ୍କ ମୃତ୍ୟୁବରଣ କରିଛନ୍ତି।

ଜଣେ ସାଂଘାତିକ ଅବସ୍ଥାରେ କୋରାପୁଟ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ମୃତକଙ୍କ ମଧ୍ୟରୁ ଦୁଇଜଣ ଭାଇ ଥିବାବେଳେ ଜଣେ ଭଣଜା ଓ ଅନ୍ୟ ଜଣେ ନାତି ଅଛନ୍ତି। କୋରାପୁଟ ସୁନାବେଢ଼ାଠାରୁ ସମ୍ପର୍କୀୟମାନେ ମିଶି ଗାଡି ନମ୍ବର ଙଊ୧୦ ଇଉ ୯୪୧୬ରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଚିତାବେଢା ଗ୍ରାମକୁ ଭୋଜି ଖାଇ ଯାଇଥିଲେ। ସମସ୍ତେ ଭାରତମାଳା ୧୩୦ ଉଊ ଜାତୀୟ ରାଜପଥରେ ଫେରୁଥିବା ବେଳେ ଉମରକୋଟ ବଡ଼କୁମାରୀ ନିକଟରେ ବିପରୀତ ଦିଗରୁ କଳାହାଣ୍ଡି ମୋଟେରୁରୁ ରାଇଘର ହଳଦୀ ଗ୍ରାମକୁ ବରଯାତ୍ରୀ ଯାଉଥିବା କାର ଙଊ୦୮ ଝ ୮୦୨୬ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଆସିଲା ରାଉରକେଲା ବିମାନ ଦୁର୍ଘଟଣା…

ଗ୍ରାମବାସୀ ନିର୍ମାଣ କଲେ ପାନୀୟ ଜଳ…

ମୋଟେରୁ ରାଇଘର ଯାଉଥିବା ଗାଡି ଟ୍ରାଫିକ ନିୟମ ଭାଙ୍ଗି ରଙ୍ଗ ରୁଟ୍‌ରେ ଆସୁଥିବା ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଉମରକୋଟ

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତିି କରିଥିଲେ।
ଆଶୁତୋଷ ରଥ (୧୦), ଅରୁଣ ପଣ୍ଡା, ସୁବ୍ରତ ଶତପଥୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆହତ ବଂଶୀଧର ପଣ୍ଡା, ବିଶ୍ୱଜିତ ପଣ୍ଡା, ଗଜାନନ ଦାସ (୩୧), ଜିତେନ୍ଦ୍ର ସରାପ(୩୬ ), ସ୍ୱସ୍ତିକ କୋରାପ(୩୬) ଗୁରୁତର ହୋଇଥିଲେ।

ବଂଶୀଧର ପଣ୍ଡା, ବିଶ୍ୱଜିତ ପଣ୍ଡାଙ୍କୁ କୋରାପୁଟ ରେଫେର କରାଯାଇ ଥିବାବେଳେ ସେଠାରେ ବଂଶୀଧରଙ୍କ ମୃତ୍ୟୁ ଘଟିଥିଲା। ଆଶୁତୋଷ ଓ ଅରୁଣ ପଣ୍ଡା ସମ୍ପର୍କରେ ଅଜା ନାତି ଅଟନ୍ତି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News