Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗ୍ରାମବାସୀ ନିର୍ମାଣ କଲେ ପାନୀୟ ଜଳ ପ୍ରକଳ୍ପ

ଗ୍ରାମବାସୀ ନିର୍ମାଣ କଲେ ପାନୀୟ ଜଳ ପ୍ରକଳ୍ପ

ଘୁ. ଉଦୟଗିରି: ଗାଁ ନିକଟରେ ପ୍ରବାହିତ ଝରଣା ଜଳକୁ ଅଟକାଇ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ରଟିଙ୍ଗିଆ ପଂଚାୟତର ଆର୍‌ ପଡିକିଆ ଗ୍ରାମବାସୀ।

ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମ ଫାଉଣ୍ଡେସନ୍‌ ସହଯୋଗରେ ଗ୍ରାମବାସୀମାନେ ଗ୍ରାମର ଅନେକ ଦିନର ସମସ୍ୟାର ସମାଧାନ କରିଛନ୍ତି।

କାଳିମାହାରୁ ଉତ୍ପନ୍ନ ହୋଇଥିବା ଝରଣାର ଜଳକୁ ବାନ୍ଧି ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି।

ଆସନ୍ତୁ, ନାରୀଶକ୍ତିଙ୍କୁ ସଶକ୍ତ…

ବାଇକକୁ ଦୁଇଶହ ମିଟର ଘୋଷାଡି ନେଲା…

ବିବାହ ପ୍ରତିଶ୍ରୁତି ଦେଇ ଯୋଗ…

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ୮ମ…

ଅନେକ ସମୟରେ ଜଳକଷ୍ଟ ଦୂର କରିବା ପାଇଁ ସରକାରଙ୍କ ନିକଟରେ ଗୁହାରି ଜଣାଇଥିଲେ ସୁଦ୍ଧା ସୁଫଳ ମିଳି ନଥିଲ।ଶେଷରେ ଲୋକମାନେ ମିଳିତ ଭାବେ ଶ୍ରମଦାନ କରି ଆଜି ଗ୍ରାମର ଜଳକଷ୍ଟ ଦୂର ହୋଇ ପାରିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଆଜି ସମସ୍ତ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଛି। ଏଣୁ ଏହାର ପରିଚାଳନା ନିମନ୍ତେ ଗ୍ରାମରେ ଏକ ସଭାର ଆୟୋଜନ ହୋଇଥିଲା।

ଏହି ବୈଠକରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ସରପଂଚ ବିଷ୍ଣୁଦେବ ପ୍ରଧାନ, ଓଡ଼ିଶା ଜୀବିକା ମିଶନର କାର୍ଯ୍ୟକ୍ରମ ପରିଚାଳକ ବିନୋଦ ପ୍ରଧାନ, ଅତିରିକ୍ତ ଉଦ୍ୟାନ ବିଭାଗ ଅଧିକାରୀ ସରୋଜ କୁମାର ସାହୁ, ଅତିରିକ୍ତ କୃଷି ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକ ଓ ଫାଉଣ୍ଡେସନ୍‌ ପ୍ରକଳ୍ପ ସଂଯୋଜକ ନାଗେଶ୍ୱର ପାତ୍ର ଉପସ୍ଥିତ ଥିଲେ। ବୈଠକ ପରେ ଡିବିଆଇ ପ୍ରକଳ୍ପର ଲୋକାର୍ପିତ ହୋଇଥିଲା।

କାର୍ଯ୍ୟକ୍ରମକୁ ସମାଜସେବୀ ହୃଷିକେଶ ପ୍ରଧାନ ପରିଚାଳନା କରିଥିବା ବେଳେ ସଂସ୍ଥାର କର୍ମୀ ପ୍ରଭାତ ଭୋଇ, ସଚିକାନ୍ତ ସାହୁ, ନିରାକାର ଦିଗାଲ, ସାନୁଜ କୁମାର ପ୍ରଧାନ, ସୁନିଲ କୁମାର ସାହୁ, ଉମେଶ ଚନ୍ଦ୍ର ପ୍ରଧାନ, ରାଜ କୁମାର ପ୍ରଧାନ ଓ ଅନୁପମା ପ୍ରଧାନ ସହଯୋଗ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News