Dailyhunt
ହିଣ୍ଡେନବର୍ଗର ଗୋଟିଏ ପୋଷ୍ଟ ଦେଶରେ ହଇଚଇ ସୃଷ୍ଟି କରିଛି

ହିଣ୍ଡେନବର୍ଗର ଗୋଟିଏ ପୋଷ୍ଟ ଦେଶରେ ହଇଚଇ ସୃଷ୍ଟି କରିଛି

ଭାରତରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି, ଚେତାବନୀ ଦେଇଛି ହିଣ୍ଡେନବର୍ଗ । ହିଣ୍ଡେନବର୍ଗଙ୍କ ଚେତାବନୀ ପରେ ପଡିବ କାହାର ପାଳି? ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ନିକଟରେ ଏକ ନୂତନ ଘୋଷଣା କରିଛି ଯାହା ସମସ୍ତଙ୍କୁ ଚକିତ କରିବା ସହିତ ଆତଙ୍କିତ ମଧ୍ୟ କରିଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ୍ ମାଧ୍ୟମରେ ହିଣ୍ଡେନବର୍ଗ ସୂଚାଇ ଦେଇଛି ଯେ ଖୁବଶୀଘ୍ର ଭାରତରେ କିଛି ବଡ଼ ଘଟଣା ଘଟିବ।

ହିଣ୍ଡେନବର୍ଗ ନିଜ ପୋଷ୍ଟରେ ଲେଖିଛି ଯେ, 'ସମଥିଙ୍ଗ ବିଗ୍ ସୁନ୍ ଇଣ୍ଡିଆ ।

ତେବେ ହିଣ୍ଡେନବର୍ଗର ଏହି ପୋଷ୍ଟକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ତେବେ କ'ଣ ଏବଂ କାହା ଉପରେ ବଡ଼ ଘଟଣା ଘଟିବାକୁ ଯାଉଛି ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ। । ହିଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଏକ ଭାରତୀୟ କମ୍ପାନୀ ବିଷୟରେ ବଡ଼ ଖୁଲାସା କରିବାକୁ ଯାଉଥିବା କମ୍ପାନୀର ଏହି ପୋଷ୍ଟକୁ ନେଇ ସନ୍ଦେହ କରାଯାଉଛି। କାରଣ ୨୦୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଏକ ରିପୋର୍ଟ ପ୍ରକାଶ କରିଥିଲା । ସେପଟେ ହିଣ୍ଡେନବର୍ଗ ରିପୋର୍ଟ ଉପରେ ସଫେଇ ଦେଇଛି ସେବି।

ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ଶିଖର…

ବ୍ରେକ୍‌ ମାରି ପାରିଲେନି…

ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ କ'ଣ…

ଅମର ବର ପାଇଛି ଅମଲା

ସେବିର ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧୱଲଙ୍କର ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ବିଦେଶୀ ସଂସ୍ଥାରେ ଅଂଶଧନ ବା ସେୟାର ରହିଛି । ହିଣ୍ଡେନବର୍ଗ ରିସର୍ଚ୍ଚ ଏଭଳି ଅଭିଯୋଗ ଆଣିଛି। ଏହାପରେ ଦମ୍ପତି ସଫେଇ ରଖିଛନ୍ତି । ହିଣ୍ଡେନବର୍ଗ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ପାଣ୍ଠିରେ ୨୦୧୫ରେ ନିବେଶ ହୋଇଥିଲା । ସେତେବେଳେ ସେମାନେ ଉଭୟ ସିଙ୍ଗାପୁରରେ ରହୁଥିଲେ ଏବଂ ସେଠିକାର ନାଗରିକ ଥିଲେ । ମାଧାବୀ ସେବିରେ ଯୋଗ ଦେବାର ପ୍ରାୟ ୨ ବର୍ଷ ପୂର୍ବରୁ ପୂର୍ଣ୍ଣକାଳୀନ ସଦସ୍ୟ ଥିଲେ ।

ଆଇଆଇଏଫଏଲ ୱେଲ୍ଥ ମ୍ୟାନେଜମେଣ୍ଟ ଫଣ୍ଡରେ ନିବେଶ ହୋଇଥିଲା କାରଣ ମୁଖ୍ୟ ନିବେଶ ଅଧିକାରୀ ଅନୀଲ ଆହୁଜା ସ୍କୁଲ ଓ ଆଇଆଇଟି ଦିଲ୍ଲୀର ଧୱଲଙ୍କ ପିଲାଦିନର ବନ୍ଧୁ । ଭାରତରେ ବିଭିନ୍ନ ପ୍ରକାର ଉଲ୍ଲଂଘନ ପାଇଁ ହିଣ୍ଡେନବର୍ଗକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିବୃତି ଜରିଆରେ କୁହାଯାଇଛି, ଏହା ଦୁର୍ଭାଗ୍ୟଜନକ ଯେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ପରିବର୍ତ୍ତେ ହିଣ୍ଡେନବର୍ଗ ସେବିର ବିଶ୍ୱସନୀୟତା ଏବଂ ସେବିର ଅଧ୍ୟକ୍ଷଙ୍କୁ ସମାଲୋଚନା କରିବାକୁ ପସନ୍ଦ କରୁଛି। ଏହାପୂର୍ବରୁ ଆଦାନୀ ଗ୍ରୁପ ମଧ୍ୟ ହିଣ୍ଡେନବର୍ଗର ଅଭିଯୋଗକୁ ଭିତ୍ତିହୀନ ବୋଲି କହିସାରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News