ଭୁବନେଶ୍ୱର-ଜାତୀୟ ସୁରକ୍ଷା ସପ୍ତାହ/ମାସ ପାଳନ ଅବସରରେ "ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ସହଭାଗିତା ଏବଂ ସଶକ୍ତିକରଣ" ବିଷୟବସ୍ତୁ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସରକାରୀ ହାଇସ୍କୁଲ, ଡମଣାଠାରେ ଗେଲ (ଇଣ୍ଡିଆ) ଲିମିଟେଡ୍ ସିଜିଡି ଭୁବନେଶ୍ୱର ଏବଂ କଟକ ଆନୁକୁଲ୍ଯରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ବୋଷ ଆଉଟ୍-ରବି ଇନ୍: ପଶ୍ଚିମବଙ୍ଗରେ…
ଛାତ୍ରଛାତ୍ରୀମାନେ ସଡକ ସୁରକ୍ଷା, ଅଗ୍ନି ନିରାପତ୍ତା ଏବଂ ଦୈନନ୍ଦିନ ଜୀବନରେ ସୁରକ୍ଷା ଭଳି ବିଷୟଗୁଡ଼ିକୁ ରଙ୍ଗତୁଳୀରେ ଉପସ୍ଥାପନ କରି ସୁରକ୍ଷା ସମ୍ପର୍କିତ ସେମାନଙ୍କର ଧାରଣା ପରି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱନାଥ ସାହୁ ଏବଂ ସିଜିଡିର ଡିଜିଏମ ଶ୍ରୀ ଅମିତାଭ ଘୋରାଇ ଏବଂ ବରିଷ୍ଠ ଅଧିକାରୀ (ଅଗ୍ନି ଏବଂ ସୁରକ୍ଷା) ଶ୍ରୀ ବୋମନା ଅନିରୁଦ୍ଧ ପ୍ରମୁଖ ଉପସ୍ଥିତି ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ଯୁବ ଛାତ୍ରମାନଙ୍କ ମଧ୍ୟରେ ସୁରକ୍ଷା ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ସମାଜରେ ନିରାପଦ ଅଭ୍ୟାସଗୁଡ଼ିକୁ ଆପଣାଇବାକୁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ ଜାତୀୟ ସୁରକ୍ଷା ସପ୍ତାହ ଓ ମାସ ପାଳନ କରାଯାଉଛି । ଗେଲ (ଇଣ୍ଡିଆ) ଲିମିଟେଡ୍ ସିଜିଡି ଭୁବନେଶ୍ୱରର ବରିଷ୍ଠ ଅଧିକାରୀ (ଅଗ୍ନି ଏବଂ ସୁରକ୍ଷା) ଜେଫ୍ ଲୋପେଜ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

