Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଲରାର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ.

କଲରାର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ.

ଲରା ନାଁ ଶୁଣିବା ମାତ୍ରକେ ଅନେକ ଲୋକଙ୍କ ପାଟି ପିତା ହୋଇଯାଏ। କିନ୍ତୁ ସେମାନେ ଜାଣିନେବା ଉଚିତ୍ ଯେ, ଏହା ପାଟିକୁ ପିତା ହୋଇପାରେ ସତ , କିନ୍ତୁ ଦେହକୁ ସମ୍ପୂର୍ଣ ହିତ। କଲରା ସାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । କଲରାକୁ ବିଭିନ୍ନ ପ୍ରକାର ଉପାୟରେ ଔଷଧ ରୂପେ ବ୍ୟବହାର କରିପାରିବା ।

ଦେଶର କୃଷକମାନଙ୍କୁ ସଶକ୍ତ କରିବାକୁ…

ହିଣ୍ଡେନବର୍ଗର ଗୋଟିଏ ପୋଷ୍ଟ ଦେଶରେ…

ମହାକାଶରେ ଫସିରହିଛନ୍ତି…

କଲରାରେ ଏମିତି କିଛି ଗୁଣ ଭରିରହିଛି, ଯାହା ବିଭିନ୍ନ ପ୍ରକାର ସଂକ୍ରମିତ ରୋଗ ସହ ଲଢ଼ିବାରେ ବେଶ୍ ସାହାଯ୍ୟ କରିଥାଏ । ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ। କଲରାରେ ଥିବା ମୋମର୍ସିଡିନ୍ ଏବଂ ଚେରାଟିନ୍ ଭଳି ଆଣ୍ଟିହାଇପର୍ ଗ୍ଲେସୋମିକ୍ ତତ୍ତ୍ୱ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ଓ ଏହାଛଡ଼ା କଲରାରେ ଆଣ୍ଟି ଅକ୍ସିଡାଣ୍ଟ ଭରର୍ପୂ ଥାଏ, ଯାହା ମଧୁମେହ ସହ ଲଢ଼ିବାରେ ସହାୟତା କରିଥାଏ ।

କଲରା ମଞ୍ଜିରେ ପଲିପେପ୍ଟାଇଡ୍ -ପି ନାମକ ପ୍ଲାଣ୍ଟ ଇନ୍‌ସୁଲିନ୍ ଥାଏ। ଏହି ଇନ୍‌ସୁଲିନ୍ ଠିକ୍ ସେହିଭଳି କାମ କରେ, ଯେପରି ଅଗ୍ନାଶୟରୁ ବାହାରୁଥିବା ଇନ୍‌ସୁଲିନ୍ ରକ୍ତରେ ଶର୍କରା ସ୍ତରକୁ କମ୍ କରିଥାଏ । କଲରା ଜୁସ୍‌କୁ ଖାଲି ପେଟରେ ପିଇବା ଉଚିତ୍‌। କଲରା ଜୁସ୍‌ର କଡ଼ାପଣ କମ୍ କରିବାକୁ ଟୁକୁଡ଼ା ଟୁକୁଡ଼ା କାଟି ତାକୁ ହଳଦୀ ଏବଂ ଲୁଣ ପାଣିରେ ପନ୍ଦର ମିନିଟ୍ ଭିଜାଇ ରଖୁପାରିବେ । ପରେ ଏଥିରେ ଲେମ୍ବୁ ମିଶାଇ ଜୁସ୍ ତିଆରି କରି ପିଅନ୍ତୁ। ଏହା ସ୍ୱାଦ ପରିବର୍ତ୍ତନ କରିବା ସାଙ୍ଗକୁ ସାସ୍ଥ୍ୟକୁ ଆରାମ ଦେଇଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News