Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଣିଷକୁ ହିତ; ସାର୍କକୁ ଅହିତ

ମଣିଷକୁ ହିତ; ସାର୍କକୁ ଅହିତ

ବାହାମଜ୍‌ ଉପକୂଳ ଅନ୍ତର୍ଗତ ଜଳରାଶିରେ ଥିବା ସାର୍କ ମାଛମାନଙ୍କ ଶରୀରରେ ସ୍ୱଳ୍ପ ପରିମାଣର ବିଭିନ୍ନ ଔଷଧ ଥିବା କଥା 'ଏନ୍‌ଭିରନ୍‌ମେଂଟାଲ୍‌ ପଲ୍ୟୁସନ୍‌' ପତ୍ରିକାରେ ପ୍ରକାଶିତ ଗୋଟାଏ ନୂତନ ଗବେଷଣାରୁ ଜଣାପଡିଛି।ପ୍ରାଣୀବିଜ୍ଞାନୀ ନତାସା ୱାଜ୍‌ନିୟାକ୍‌ଙ୍କ ନେତୃତ୍ୱରେ ଗବେଷକ ଦଳ ଅଲୁଥରା ଦ୍ୱୀପ ନିକଟରେ ୮୫ଟି ସାର୍କ ମାଛର ରକ୍ତ ନମୁନା ବିଶ୍ଳେଷଣ କରିଥିଲେ।

ସେମାନଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶଙ୍କ ରକ୍ତରେ କ୍ୟାଫେନ୍‌, ଏସିଟାମିନୋଫିନ୍‌ ଓ ଡାଇକ୍ଲୋଫେନାକ୍‌ ପରି ପୀଡାନାଶୀ ଔଷଧ ଏବଂ ଗୋଟାଏ ସାର୍କ ରକ୍ତରେ କୋକେନ୍‌ ଥିବା ଜଣାପଡିଥିଲା।ପୀଡାନାଶକ ଔଷଧଟିଏ ଖାଇଦେଲେ ମନୁଷ୍ୟ ଶରୀରରୁ ଯାବତୀୟ ପୀଡା ଭଲ ହୋଇଯାଏ।ଉପରୋକ୍ତ ଗବେଷଣାରୁ ଜଣାପଡିଛି ଯେ ଉକ୍ତ ପୀଡାନାଶକ ଔଷଧ ମନୁଷ୍ୟ ଶରୀରରୁ ମଳମୂତ୍ର ମାଧ୍ୟମରେ ନିଷ୍କାସିତ ହୋଇ ବର୍ଜ୍ୟଜଳରେ ମିଶି ପରିଶେଷରେ ସମୁଦ୍ର ଜଳରାଶିରେ ମିଶୁଛି।

ଅଣିମାଣ୍ଡବ୍ୟ

ଭାରତରେ ମାତୃମୃତ୍ୟୁ

ଜଳବାୟୁର କୁପ୍ରଭାବ

ପର୍ଯ୍ୟଟକମାନେ ବହାମଜ୍‌ ଉପକୂଳର ସୁନ୍ଦର ସମୁଦ୍ର ଜଳରାଶିରେ ଚଲାବୁଲା କରିବା ବେଳେ ପରିସ୍ରା କରନ୍ତି।ସେମାନେ ପୂର୍ବରୁ ଭକ୍ଷଣ କରିଥିବା ଔଷଧ ବା ମାଦକ ଦ୍ରବ୍ୟ ପରିସ୍ରା ଜରିଆରେ ନିଷ୍କାସିତ ହୋଇ ସମୁଦ୍ରରେ ମିଶେ।ଏଥିଯୋଗୁଁ ସାର୍କ ମାଛଙ୍କ ଉପରେ କିଭଳି କୁପ୍ରଭାବ ପଡିବ ତାହା ଠିକ୍‌ ରୂପେ ଜଣାପଡିନାହିଁ।କିନ୍ତୁ, ବୈଜ୍ଞାନିକମାନେ କହୁଛନ୍ତି ଯେ ଏହାଦ୍ୱାରା ସେମାନଙ୍କ ଆଚରଣ, ଖାଦ୍ୟାଭ୍ୟାସ, ସନ୍ତରଣ ଆଦି ବିଶେଷ ପ୍ରଭାବିତ ହେବ।ଶାରୀରିକ ପୀଡାରୁ ନିସ୍ତାର ପାଇ ମନୁଷ୍ୟ ଆଶ୍ୱସ୍ତ ହେଉଛି।

ମାତ୍ର, ମନୁଷ୍ୟ ଶରୀରରୁ ସେହି ଔଷଧ ନିଷ୍କାସିତ ହୋଇ ମାଇକ୍ରୋପ୍ଲାଷ୍ଟିକ୍‌ ପରି ଜଳରାଶିରେ ମିଶୁଛି।ଅଦୃଶ୍ୟ ହୋଇଥିବାରୁ ଏତାଦୃଶ ସଂକ୍ରମଣ ପ୍ରତି ଉପେକ୍ଷା କରାଯିବା ସ୍ୱାଭାବିକ କଥା।ମନୁଷ୍ୟ ଆଖିକୁ ନ ଦିଶିବା ଅର୍ଥ ନୁହେଁ ଯେ ଏହାର ପରିଣତି ହାନିକାରକ ନୁହେଁ। ଦିନେ ହୁଏତ ଏହା ଆମ ଖାଦ୍ୟ-ଶୃଙ୍ଖଳ ଉପରେ ପ୍ରତ୍ୟକ୍ଷ କୁପ୍ରଭାବ ପକାଇପାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News