Dailyhunt
ମୟୂରଭଞ୍ଜରେ କାଳବୈଶାଖୀ ତାଣ୍ଡବ

ମୟୂରଭଞ୍ଜରେ କାଳବୈଶାଖୀ ତାଣ୍ଡବ

ଶାମାଖୁଂଟା: ପୁଣି ଥରେ ମୟୂରଭଞ୍ଜରେ କାଳବୈଶାଖୀ ପବନ ବର୍ଷା ତାଣ୍ଡବ ରଚିଛି। ଅଚାନକ ଆସିଥିବା ପବନ ବର୍ଷା ଯୋଗୁଁ ଅନେକ ଘର ଭାଙ୍ଗିଥିବା ବେଳେ କେତେକ ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କୁଚିଳାଘାଟି ପଂଚାୟତ ସ୍ଥିତ କାକରପାଣିଠାରେ ଶୁଖିଲା ଘଡଘଡି ଯୋଗୁଁ ପ୍ରଧାନ ସିଂଙ୍କର ଦୁଇଟି ମଇଁଷି ଓ ଦୁଇଟି ବାଛୁରୀର ମୃତ୍ୟୁ ଘଟିଛି।

ଖୁବ୍‌ଶୀଘ୍ର ପ୍ରକାଶ ପାଇବ CBSE…

ମାଟ୍ରିକ ରେଜଲ୍ଟ : ତାରିଖ ଘୋଷଣା…

ଗ୍ରୀଷ୍ମ ଛୁଟି ହେବା ପର୍ଯ୍ୟନ୍ତ…

ଅଟୋକୁ ପିଟିଲା ଥାର , କୁନି ଝିଅର…

ପବନ ବର୍ଷା ଯୋଗୁଁ ବାଲିଡ଼ିହା ,ଖାଣ୍ଡିଆ ଓ ଭାଲୁକି ପଂଚାୟତର ଅନେକ ଘର ଭାଙ୍ଗି ଯାଇଛି। ବାଲିଡ଼ିହା ପଂଚାୟତର ଆମ୍ବଡାଳି ଗ୍ରାମର ସନ୍ତୋଷ ମାହାଲି, ରୁହିଆ ମାହାଲି, ମାନସିଂହ ମାହାଲି, ମୋହନ ବାସ୍କେ, ମଙ୍ଗଳ ମାହାଲି, ରବୀନ୍ଦ୍ର ମାହାଲି, କାହ୍ନୁ ମାହାଲି, ଶମ୍ଭୁ ମାହାଲି, ଦାସ ମାହାଲି ଓ ହେମନ୍ତ ମହାନ୍ତଙ୍କ ଘର ଭାଙ୍ଗି ଯିବା ସହ ପ୍ରବଳ ପବନରେ ଦୁଇଟି ଟେମ୍‌ପୋ ଓଲଟି ଯାଇଛି। ବାଲିଡ଼ିହା ପଂଚାୟତ ସ୍ଥିତ ଦନାମୋରା ବେହେରା ସାହିର ଈଶ୍ୱର ମହାନ୍ତ ଓ ରମାକାନ୍ତ ବେହେରାଙ୍କ ଘର ଭାଙ୍ଗିଯାଇଛି।

ଖାଣ୍ଡିଆ ପଂଚାୟତରେ ଦୁଇଟି ଘର ଭାଙ୍ଗିଯାଇଛି। ସେହିପରି ଭାଲୁକି ପଂଚାୟତରେ ଚାରୋଟି ଘର ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ଅନେକ ଘରର ଚାଳ ଛପର ଉଡିଯାଇଛି ଏହା ସହିତ ଗୁହାଳଘର ଭାଙ୍ଗିଯିବାରୁ ତିନିଟି ଛେଳିର ମୃତ୍ୟୁ ହୋଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ପଂଚାୟତରେ ନିୟୋଜିତ ରାଜସ୍ୱ ନିରୀକ୍ଷକ ମାନେ ଘଟଣା ସ୍ଥଳକୁ ଯାଇ ସ୍ଥିତି ପରଖିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ ବଂଟନ ସହ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ଯଥାସମ୍ଭବ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର ଜଗନ୍ନାଥ ବେହେରା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News