Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜଧାନୀରେ ଏନ୍‌ସିବି-ଗଞ୍ଜେଇ ମାଫିଆ ଭିଡାଭିଡ଼ି

ରାଜଧାନୀରେ ଏନ୍‌ସିବି-ଗଞ୍ଜେଇ ମାଫିଆ ଭିଡାଭିଡ଼ି

ଭୁବନେଶ୍ୱର: ରାଜଧାନୀରେ ଅପରାଧ ବୃଦ୍ଧି ପାଉଛି। ଅପରାଧୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦୟାରୁ ପୁଲିସ ଓ ଆଇନକୁ ଆଦୌ ଡରୁନାହାନ୍ତି ଅପରାଧୀ। ରବିବାର ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଓ ଗଞ୍ଜେଇ ମାଫିଆ ବେଶ କିଛି ସମୟ ଧରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିଲେ। ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ମାଫିଆଙ୍କୁ ଗୋଡ଼ାଇଥିଲା ପୁଲିସ।

ବେଶ କିଛି ଘଂଟାର ଲୁଚକାଳି ଖେଳ ପରେ ଅଭିଯୁକ୍ତ ଗଞ୍ଜେଇ ମାଫିଆ ପୁଲିସ ହାତରେ ଧରା ପଡ଼ିଛନ୍ତି। ବୌଦ୍ଧରୁ ପଶ୍ଚିମବଙ୍ଗକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଗୁଇନ୍ଦା ସୂଚନା ପାଇଁ ଆଜି ଏନ୍‌ସିବି ଓ ଭରତପୁର ଥାନାର ପୁଲିସ କର୍ମଚାରୀମାନେ କେତେକ ସ୍ଥାନରେ ତନଖି ଫାଟକ ଓ ବ୍ଲକିଂ ଲଗାଇଥିଲେ। ଗଞ୍ଜେଇ ଧରି ଆସୁଥିବା ଦୁଇଟି ଏସ୍‌ୟୁଭି ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗାଡି ଦୁଇଟି ନ ଅଟକି ଦୁଇଟି ବ୍ଲକିଂ ପୋଷ୍ଟ୍‌ ଓ ତନଖି ଫାଟକ ଭାଙ୍ଗି ଖସି ପଳାଇବାକୁ ଉଦ୍ୟମ କରିଥିଲେ। କେବଳ ଏତିକି ନୁହେଁ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ଗାଡି ଚପାଇ ମାରିଦେବାକୁ ଉଦ୍ୟମ କରିଥିଲେ। ଶେଷରେ ଚନ୍ଦକା ଜଙ୍ଗଲକୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ଧାରୁଆ ନିକଟରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଥିଲେ।

ଗୋରୁ ମାଫିଆ ଙ୍କୁ ଛାଟ ତୁରୁମୁଙ୍ଗା…

ପାଟଣା ରେ JMFC କୋର୍ଟ ହେବା…

ଇତିହାସରେ ଭଗବାନ ଶ୍ରୀକୃଷ୍ଣ

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ…

ଗାଡିରୁ ୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଗୋଟିଏ ଏସ୍‌ୟୁଭିରେ ଗଞ୍ଜେଇ ଥିଲା। ଅନ୍ୟ ଏକ କାର୍‌ ତାକୁ ସୁରକ୍ଷା ଦେଇ ଚାଲିଥିଲା। ମାଫିଆଙ୍କୁ ଧରିବା ଉଦ୍ୟମରେ ଏକ ପୁଲିସ ପାଟ୍ରୋଲିଂ ଗାଡି କ୍ଷତିଗ୍ରସ୍ତ ହୋଇଛି। ସେଥିରେ ବସିଥିବା ଅଧିକାରୀମାନେ ସାମାନ୍ୟ ଆହତ ହୋଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News