Dailyhunt
ରିଲ୍‌ସ କରୁଥିଲେ, ଚାଲିଗଲା ୨ ଜୀବନ

ରିଲ୍‌ସ କରୁଥିଲେ, ଚାଲିଗଲା ୨ ଜୀବନ

ବାଲିପାଟଣା/ହାଟଡିହି: ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଆଜି ନଦୀରେ ବୁଡି ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅବହେଳା ଏବଂ ଜଳର ବଳକୁ ଜାଣି ନପାରି ଅସାବଧାନ ଯୋଗୁଁ ଏହି ଅଘଟଣ ଘଟିଛି। ଭାର୍ଗବୀ ନଦୀ ଏବଂ ବୈତରଣୀ ନଦୀରେ ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ନଦୀକୂଳରେ ରିଲ୍‌ସ କରିବା ସମୟରେ ଭାର୍ଗବୀ ନଦୀରେ ବିଜେବି କଲେଜର ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ଅପରାହ୍‌ଣରେ ୨ଟି ଗୋଷ୍ଠୀର ୬ ଜଣ ଛାତ୍ର କୌଶଲ୍ୟାଗଙ୍ଗ ଫାଣ୍ଡି ପୁବାଶାସନ ନିକଟ ଭାର୍ଗବୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ପିଲାମାନେ ଗାଧୋଇବା ପୂର୍ବରୁ ସେଠାରେ ମୋବାଇଲ ଫୋନରେ ରିଲ୍‌ସ କରୁଥିଲେ। ଏହି ସମୟରେ ଅସାବଧାନତା ଯୋଗୁଁ ତିନିଜଣ ଖସିପଡି ଥିଲେ।

ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଜନଗଣନାର ନୂତନ ସୂତ୍ର: ଲିଭ୍‌-ଇନ୍‌…

ତୋଳି ମୁଁ ଧଇଲେ ଗୋଳି

ମକା କାରଖାନା ପାଣି ପିଇ ମଲେଣି ୨୫…

ପୁଲିସଙ୍କୁ ଗାଳିଗୁଲଜ କରି ଯୁବକ…

ସେହିପରି କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀର ବରେଶ୍ୱର ଘାଟରୁ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ବଂଚେ ଗ୍ରାମର କୋଦଣ୍ଡ ସେଠୀଙ୍କ ପୁଅ ଚିନ୍ମୟ ସେଠୀ। ସେ ଶାଳପଡାସ୍ଥିତ ଆଇଟିଆଇରେ ପଢୁଥିଲେ। ଗତକାଲି ମାମୁଁ ଘରକୁ ଯିବି ଓ ସେଠାରୁ କଲେଜ ଯିବି ବୋଲି କହି ଘରୁ ଯାଇଥିଲା। କିନ୍ତୁ ଆଉ ଫେରି ନଥିଲା।

ଆଜି ଅପରାହ୍ନରେ ବୈତରଣୀ ନଦୀର ବରେଶ୍ୱର ଘାଟରେ ଏକ ଶବ ଭାସୁଥିବା ଖବର ପ୍ରଚାରିତ ହେବା ମାତ୍ରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ଆନନ୍ଦପୁର ପୋଲିସ ପହଂଚି ହାଟଡିହି ଅଗ୍ନିଶମ ବାହିନୀ ସହଯୋଗରେ ଶବକୁ ଉଦ୍ଧାର କରିବା ପରେ ତାହା ବଂଚେ ଗ୍ରାମର ଚିନ୍ମୟ ସେଠୀଙ୍କର ବୋଲି ଜଣା ପଡିଥିଲା।

ଖବର ପାଇ ଚିନ୍ମୟଙ୍କ ପରିବାର ଲୋକେ ପହଂଚି ଶବ ଚି଼ହ୍ନଟ କରିଥିଲେ। ନଦୀ ପାର ହେଉଥିବା ସମୟରେ ନଦୀରେ ବୁଡି ଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News