Dailyhunt
ମକା କାରଖାନା ପାଣି ପିଇ ମଲେଣି ୨୫ ଗୋରୁ

ମକା କାରଖାନା ପାଣି ପିଇ ମଲେଣି ୨୫ ଗୋରୁ

ବରଙ୍ଗପୁର: ମକା କାରଖାନାରୁ ବାହାରୁଛି ଦୂଷିତ ପାଣି। ସେହି ପାଣି ପିଇ ମରିଛନ୍ତି ୨୫ରୁ ଅଧିକ ଗାଈ, ବଳଦ ଓ ବାଛୁରୀ। ଏ ଅଭିଯୋଗ କରିଛନ୍ତି ସଂପୃକ୍ତ ଅଂଚଳର ବାସିନ୍ଦା। କାରଖାନା ଦ୍ୱାରା ହୋଇଥିବା କ୍ଷତି ପାଇଁ ପ୍ରଶାସନ ନିକଟରୁ କ୍ଷତିପୂରଣ ଦାବି କରିଛନ୍ତି କ୍ଷତିଗ୍ରସ୍ତ। ଅଭିଯୋଗ ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ, ବିଧାୟକ ଗୌରୀଶଙ୍କର ମାଝୀ, କୋଷାଗୁମୁଡା ବିଡ଼ିଓ ଆଶିଷ ତ୍ରିପାଠୀ ଘଟଣା ସ୍ଥଳରେ ପହଂଚି ଘଟଣା ବିଷୟରେ ପଚାରି ବୁଝିଛନ୍ତି।

ଅନ୍ୟପଟେ ପୁଲିସ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ହାଇଦ୍ରାବାଦ୍‌ର ପ୍ରଥମ ବିଜୟ:…

ଚୌଦ୍ୱାର ଜେଲରୁ ଫେରାର କଏଦୀ ରାଜା…

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା…

ମୟୂରଭଞ୍ଜରେ କାଳବୈଶାଖୀ ତାଣ୍ଡବ

ଖବର ଅନୁସାରେ, ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ରାଜଡ଼ା ପଂଚାୟତ ବାମୁନି ଗ୍ରାମରେ ଆନ୍ଧ୍ରପ୍ରଦେଶର ଏକ ମକା କାରଖାନା ସ୍ଥାପନ କରାଯାଇଛି। ଏହାର ଦୂଷିତ ପାଣି ନାଳ ମାଧ୍ୟମରେ ବାହାରକୁ ଛଡାଯାଉଛି।ଗାଈ ବଳଦ ବାଛୁରୀ ଖାଦ୍ୟ ଖାଇବାକୁ ଯାଇ ଏହି ଦୂଷିତ ପାଣି ପିଇ ମରୁଛନ୍ତି। ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଧାୟକ ଓ ପ୍ରାଣୀ ଚିକିତ୍ସକ କର୍ମଚାରୀ ଉପସ୍ଥିତ ରହି କେଉଁ କାରଣରୁ ଏଭଳି ଘଟଣା ଘଟିଛି ତଦନ୍ତ ଆରମ୍ଭ କରିଛନ୍ତି।

କେଉଁ କାରଣରୁ ଗାଈଗୁଡ଼ିକ ମରିଛନ୍ତି; ପାଣିର ନମୁନା ପରୀକ୍ଷା ପରେ ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି। ପ୍ରାଣୀ ଡାକ୍ତର ମୃତ ଗାଈମାନଙ୍କର ବ୍ୟବଚ୍ଛେଦ କରି ରିପୋର୍ଟ ପ୍ରଦାନ କରିବା ପରେ ଯଦି ପ୍ରକୃତରେ ପାଣି ଦ୍ୱାରା ଗାଈ ମରିଥିବା କଥା ଜଣାପଡେ଼, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News