Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯାଜପୁରରେ ଫୁଡ ପଏଜନିଂ ଘଟଣା

ଯାଜପୁରରେ ଫୁଡ ପଏଜନିଂ ଘଟଣା

ଭୁବନେଶ୍ଵର: ଯାଜପୁର ଜିଲ୍ଲାରେ ଫୁଡ ପଏଜନ ଘଟଣାରେ, ରାଜ୍ୟ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପରିସ୍ଥିତି ନିୟନ୍ତ୍ରଣ କରିବା ଏବଂ ଚିକିତ୍ସା ସୁନିଶ୍ଚିତ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା, ମୋଟ ୧୦୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୩ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି । ଅବଶିଷ୍ଟ ୧୯ ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ୱାର୍ଡରେ ଏବଂ ୧୬ ଜଣ ବୟସ୍କ ୱାର୍ଡରେ ଆଡମିଟ ଅଛନ୍ତି ।

ଭଉଣୀ କଙ୍କାଳ ଧରି ବ୍ୟାଙ୍କ…

ମହାନ ବିପ୍ଳବୀ ଧରଣୀଧର ନାଏକ…

ମୁନି ଗୋଟିକେ ମତ ଗୋଟିଏ

ଯାଜପୁର ଖାଦ୍ୟ ବିଷାକ୍ତ ମାମଲା:…

ଘଟଣା ଦିନ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ , ଯାଜପୁର ଜିଲ୍ଲାପାଳ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ସହ କଥା ହୋଇ ସେ ଆକ୍ରାନ୍ତ ରୋଗୀମାନଙ୍କ ପରିସ୍ଥିତିକୁ ବିସ୍ତୃତ ଭାବରେ ବୁଝିଥିଲେ । ପରେ ସର୍କିଟ୍ ହାଉସରେ ସମାଧାନ ନିମନ୍ତେ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସମସ୍ତଙ୍କୁ ତ୍ଵରିତ ଚିକିତ୍ସା ନିମନ୍ତେ ଆଦେଶ ଦେଇଥିଲେ ।

ଆକ୍ରାନ୍ତମାନଙ୍କ ଚିକତ୍ସା ନିମନ୍ତେ ଅତ୍ୟାବଶ୍ୟକୀୟ ଔଷଧ, ଓଆରଏସ ଏବଂ ଜରୁରୀକାଳୀନ ଯୋଗାଣର ପର୍ଯ୍ୟାପ୍ତ ପରିମାଣ ସୁନିଶ୍ଚିତ କରାଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ୨୪*୭ ରୋଗୀ ତଦାରଖ ଏବଂ ଚିକିତ୍ସା ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଯାଞ୍ଚ ଅଭିଯାନକୁ ତୀବ୍ର କରିବା ସହ ସଚେତନତା କରାଯାଉଛି । ଆକ୍ରାନ୍ତ ଅଞ୍ଚଳରୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଘଟଣା ଉପରେ ନଜର ରଖା ଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News