ପୁରୀ: ଶ୍ରୀମନ୍ଦିରରେ ପ୍ରଚଳନ ହୋଇଛି ନୂଆ ପାଞ୍ଜି। ପଞ୍ଜିକା ଅନୁସାରେ ୨୦୨୬-୨୭ ମସିହାରେ ୪ଟି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ। ଏ ବର୍ଷ ଗୋଟିଏ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ, କଙ୍କଣାକୃତି ସୂର୍ଯ୍ୟୋପରାଗ, ଆଶିଂକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଜନିତ ଚନ୍ଦ୍ରଗ୍ରହଣ ହେବ।
୧-ଅଗଷ୍ଟ ୧୨ ତାରିଖରେ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ ହେବ।
ଏହି ସୂର୍ଯ୍ୟୋପରାଗ ଉତର ଆମେରିକା, ପଶ୍ଚିମ ଆଫ୍ରିକା, ୟୁରୋପ ଆଦି ଅଂଚଳରେ ଦୃଶ୍ୟମାନ ହେବ। ଏହା ଭାରତ ତଥା ଓଡିଶାକୁ ଦୃଶ୍ୟମାନେ ହେବନି। ସୂର୍ଯ୍ୟୋପରାଗ ଦୃଶ୍ୟମାନ ଅଂଚଳରେ ବସବାସ କରୁଥିବା ହିନ୍ଦୁମାନେ ଉକ୍ତ ସୂର୍ଯ୍ୟୋପରାଗକୁ ପାଳନ କରିବେ।
୨- ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ଆମେରିକା, ୟୁରୋପ, ଆଫ୍ରିକା, ପ୍ରଶାନ୍ତ ମହାସାଗର ଅଂଚଳରେ ଦୃଶ୍ୟମାନ ହେବ। ଏହା ଭାରତ ତଥା ଓଡ଼ିଶାକୁ ଦୃଶ୍ୟମାନ ହେବନି। ଦୃଶ୍ୟମାନ ଅଂଚଳରେ ବାସ କରୁଥିବା ହିନ୍ଦୁମାନେ ଉକ୍ତ ଚନ୍ଦ୍ରଗ୍ରହଣକୁ ପାଳନ କରିପାରନ୍ତି।
୩- ୨୦୨୭ ଫେବୃଆରୀ ୬ ତାରିଖରେ କଙ୍କଣାକୃତି ସୂର୍ଯ୍ୟୋପରାଗ ଅନୁଷ୍ଠିତ ହେବ। ତାହା ଭାରତ ତଥା ଓଡ଼ିଶାରେ ପାଳନୀୟ ନୁହେଁ। ସେହି ସୂର୍ଯ୍ୟୋପରାଗ ଦକ୍ଷିଣ ଆମେରିକା, ଆଂଟାର୍କଟିକା, ଦକ୍ଷିଣ ପଶ୍ଚିମ ଆଫ୍ରିକା ଅଂଚଳରେ ଦୃଶ୍ୟ ହେବ।
ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତି:…
ପଣାସଂକ୍ରାନ୍ତିରେ ମା' ତାରିଣୀଙ୍କ…
ଛାତ୍ରୀଙ୍କୁ ଅସଦାଚରଣ କରି ଅଡୁଆରେ…
୪- ୨୦୨୭ ଫେବୃଆରୀ ୨୦ରେ ଉପଛାୟା ଜନିତ ଚନ୍ଦ୍ରଗ୍ରହଣ ହେବ। ଉପଛାୟା ଜନିତ ଚନ୍ଦ୍ରଗ୍ରହଣ କେବଳ ମାତ୍ର ବିମ୍ବର ମଳିନତା ଦର୍ଶନ କରାଯାଇପାରେ। ଭାରତ ତଥା ଓଡ଼ିଶାରେ ଏହି ଉପଛାୟା ଜନିତ ଗ୍ରହଣ ଦୃଶ୍ୟ ହେବ। ଧାର୍ମିକ ରୀତିନୀତି ଅନୁସାରେ ପାଳନ କରାଯିବା ଅନାବଶ୍ୟକ।
ଚଳିତ ବର୍ଷ ବୃହସ୍ପତି, ରାହୁ ଓ କେତୁ ସଂଚାର କରିବେ। ସୂଚନା ମୁତାବକ, ବୃହସ୍ପତି ୨୦୨୬ ଜୁନ ୧ ତାରିଖ ସୋମବାର ରାତି ଗୋଟାଏ ୪୮ ମିନିଟରେ କର୍କଟ ରାଶିକୁ ସଂଚାର କରିବେ। ଅକ୍ଟୋବର ୩୧ ତାରିଖ ଶନିବାର ଦିବା ୧୨ଟା ଗୋଟାଏ ମିନିଟରେ ସିଂହ ରାଶିକୁ ସଂଚାର କରିବେ। ୨୦୨୭ ଜାନୁୟାରୀ ୨୪ ତାରିଖ ରବିବାର ରାତି ଗୋଟାଏ ୩୩ ମିନିଟ୍ରେ କର୍କଟ ରାଶିକୁ ସଂଚାର କରିବେ।
ସେହିପରି ରାହୁ ୨୦୨୬ ନଭେମ୍ବର ୨୫ ତାରିଖ ବୁଧବାର ରାତି ୭ଟା ୩୪ ମିନିଟ୍ରେ ମକର ରାଶିକୁ ଚଳନ କରିବେ। କେତୁ ୨୦୨୬ ନଭେମ୍ବର ୨୫ ତାରିଖ ରାତି ୭ଟା ୩୪ ମିନିଟ୍ରେ କର୍କଟ ରାଶିକୁ ଚଳନ କରିବେ।

